fbpx

କିଟ୍‍ ରେ ଜାତୀୟ ମେଗା ନୃତ୍ୟ ମହୋତ୍ସବ, ୨୫ଟି ରାଜ୍ୟରୁ ଆସିଛନ୍ତି ବଛାବଛା ଦଳ

Advertisement

ଭୁବନେଶ୍ୱର: ବର୍ତ୍ତମାନ କିଟ୍‍ ବିଶ୍ୱବିଦ୍ୟାଳୟରେ ‘କିଟ୍‍ କାର୍ଣ୍ଣିଭାଲ’ କାର୍ଯ୍ୟକ୍ରମ ଚାଲୁରହିଛି । କିଟ୍‍ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ନଭେମ୍ବର ୧୬ରୁ ଦୀର୍ଘ ୩ମାସ ଧରି ରୌପ୍ୟ ଜୟନ୍ତୀ ‘ସଏଲ ଟୁ ସିଲଭର’ ପାଳନ ଅବସରରେ ଫେବୃଆରୀ ୧ତାରିଖରୁ ଏହି କାର୍ଯ୍ୟକ୍ରମ ଅବ୍ୟହତ ରହିଛି । ଏନେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ କ୍ରମେ ଏହି କାର୍ଯ୍ୟକ୍ରମ ସହ ଅନ୍ୟ ଏକ ନୂତନ କାର୍ଯ୍ୟକ୍ରମ ‘କନ୍‍ଭର୍‍ଜେନ୍‍ସ’ ସାମିଲ କରାଯାଇଛି ।

ଏହାର ଅଂଶ ସ୍ୱରୂପ ଜାତୀୟ ସଂହତି ଓ ଏକତା ବଜାୟ ରଖିବାର ପ୍ରୟାସ ସ୍ୱରୂପ, ସୋମବାର କିଟରେ ଜାତୀୟ ମେଗା ସାଂସ୍କୃତିକ ଓ ନୃତ୍ୟ ମହୋତ୍ସବ ଆୟୋଜନ କରାଯାଇଛି । ଏଥିରେ ୨୫ ରାଜ୍ୟର ୨୫ଟି ବଛା ବଛା ଦଳ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନୃତ୍ୟ ପରିବେଷଣ କରିବେ। ଏହି କାର୍ଯ୍ୟକ୍ରମ ପାଇଁ କଳାକାରମାନେ ଆଜିଠାରୁ କିଟରେ ପହଞ୍ଚିବାରେ ଲାଗିଛନ୍ତି । ଏହି ମେଗା ସାଂସ୍କୃତିକ ଓ ନୃତ୍ୟ ମହୋତ୍ସବରେ ଓଡ଼ିଶା ସମେତ ଭାରତର ୨୫ଟି ରାଜ୍ୟର ୨୫୦ରୁ ଊର୍ଦ୍ଧ୍ୱ କଳାକାର ସେମାନଙ୍କ ରାଜ୍ୟର ନୃତ୍ୟ ପରିବେଷଣ କରିବେ ।

ତେବେ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟକଳା ଓଡ଼ିଶୀ ସମେତ ଛତିଶଗଡ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତାମିଲନାଡୁ, ଗୁଜୁରାଟ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଆସାମ, ଗୋଆ, ସିକିମ୍‍, କର୍ଣ୍ଣାଟକ, ରାଜସ୍ଥାନ, ହିମାଚଳପ୍ରଦେଶ, ଆନ୍ଧ୍ରପ୍ରଦେଶ, ମଣିପୁର, କେରଳ, ଆସାମ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଞ୍ଜାବ ଓ ହରିଆଣା ଆଦି ରାଜ୍ୟର ନୃତ୍ୟ ଦେଖିବାକୁ ମିଳିବ ।

Get real time updates directly on you device, subscribe now.