fbpx
BJD SKY
BJD SKY

ହିଜାବ ଦାବି କରୁଥିବା ଲୋକଙ୍କୁ ହାଇକୋର୍ଟରୁ ଝଟକା, ବିଚାରପତି କହିଲେ- ଛାତ୍ରୀ ଧାର୍ମିକ ଡ୍ରେସ୍ ପାଇଁ ଜିଦି କରି ପାରିବେ ନାହିଁ

BJD

ବେଙ୍ଗାଲୁର: କର୍ଣ୍ଣାଟକର ସ୍କୁଲ ଏବଂ କଲେଜରେ ଛାତ୍ରୀଙ୍କ ହିଜାବ ପିନ୍ଧିବା ନେଇ ଜାରି ବିବାଦ ଉପରେ ଆଜି ମଧ୍ୟ ହାଇକୋର୍ଟରୁ କୌଣସି ନିଷ୍କର୍ସ ବାହାରି ପାରି ନାହିଁ। ଅଦାଲତ ମାମଲାର ଶୁଣାଣି ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଏଥିସହ କୋର୍ଟ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ନ୍ୟାୟାଳୟ କହିଛନ୍ତି, ଛାତ୍ର-ଛାତ୍ରୀ ସ୍କୁଲ ଏବଂ କଲେଜରେ ଧାର୍ମିକ ଡ୍ରେସ୍ କୋଡ୍ ପିନ୍ଧିବାକୁ ଜିଦି କରି ପାରିବେ ନାହିଁ।

ମୁଖ୍ୟ ବିଚାରପତି ରିଜୁ ରାଜ ଅବସ୍ଥି କହିଛନ୍ତି, ମାମଲାର ରାୟ ନଆସିବା ପର‌୍ୟ୍ୟନ୍ତ ଛାତ୍ରୀମାନେ ହିଜାବ ପିନ୍ଧି କଲେଜ୍ ଆସି ପାରିବେ ନାହିଁ ବୋଲି ବିଚାରପତି କହିଛନ୍ତି। ସ୍କୁଲ ଏବଂ କଲେଜକୁ ତୁରନ୍ତ ଖୋଲାଯିବା ଉଚିତ୍ ଏବଂ ପାଠପଢା ଜରୁରୀ। ସୋମବାର ଅପରାହ୍ନ ୨ଟା ୩୦ରେ ମାମଲାର ଶୁଣାଣି କରିବାକୁ ଅଦାଲତ ସମୟ ନିର୍ଦ୍ଧାରିତ କରିଛନ୍ତି। ସେହିଦିନ ହାଇକୋର୍ଟରୁ କୌଣସି ନିଷ୍ପତ୍ତି ଆସିପାରେ।

କେସର ଶୁଣାଣି ବେଳେ ହିଜାବ ପିନ୍ଧିବାକୁ ଦାବି କରୁଥିବା ଛାତ୍ରୀମାନଙ୍କ ଓକିଲ ସଞ୍ଜୟ ହେଗଡେ କହିଛନ୍ତି, ୟୁନିଫର୍ମକୁ ନେଇ କର୍ଣ୍ଣାଟକ ଏଜୁକେସନ ଆକ୍ଟରେ କୌଣସି ନିୟମ ବା ପ୍ରାବଧାନ ନାହିଁ। ହିଜାବ ଇସଲାମର ଅଂଶ ବିଶେଷ। ହିଜାବ ପିନ୍ଧିବାକୁ ସ୍କୁଲ ଏବଂ କଲେଜ ପକ୍ଷରୁ ଅନୁମତି ଦିଆଯାଉ ନାହିଁ। ଏହି ସମ୍ବନ୍ଧରେ ଶୀଘ୍ର ନିଷ୍ପତ୍ତି ହେବାର ଆବଶ୍ୟକତା ରହିଛି। ଯଦ୍ଵାରା ଛାତ୍ର-ଛାତ୍ରୀଙ୍କ ପାଠପଢା ଉପରେ ପ୍ରଭାବ ପଡିବ ନାହିଁ ବୋଲି ଆବେଦନକାରୀଙ୍କ ଓକିଲ କହିଛନ୍ତି।

ସରକାରଙ୍କ ପକ୍ଷ ରଖିଥିବା ଆଟର୍ଣ୍ଣି ଜେନେରାଲ କହିଛନ୍ତି, ଡ୍ରେସ୍ କୋଡକୁ ସ୍କୁଲ ଏବଂ କଲେଜରେ ଅନୁସରଣ କରିବା ଉଚିତ୍। ଏହା ପୂର୍ବରୁ ବୁଧବାର ବିଚାରପତି କୃଷ୍ଣା ଦୀକ୍ଷିତଙ୍କ ଜଣିକିଆ ପୀଠ ମାମଲାକୁ ବଡ ବେଞ୍ଚକୁ ପଠାଇ ଦେଇଥିଲେ। ଆଜି ମୁଖ୍ୟ ବିଚାରପତି ରିତୁ ରାଜ ଅବସ୍ଥି, ବିଚାରପତି କୃଷ୍ଣା ଦୀକ୍ଷିତ ଏବଂ ଜେଏମ ଖାଜିଙ୍କ ତିନି ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି। ଆଟର୍ଣ୍ଣି ଜେନେରାଲ କହିଛନ୍ତି, ଛାତ୍ରୀଙ୍କୁ ସ୍କାର୍ଫ କିମ୍ବା ହିଜାବ କିମ୍ବା ଗେରୁଆ ସ୍କାର୍ଫ ସହିତ ସ୍କୁଲ ଏବଂ କଲେଜରେ ଅନୁମତି ଦିଆଯାଇ ପାରିବ ନାହିଁ। ଛାତ୍ରୀଙ୍କୁ ୟୁନିଫର୍ମ କୋଡ୍ ସହିତ ସ୍କୁଲ ଆସିବା ଉଚିତ୍।

Get real time updates directly on you device, subscribe now.