fbpx

ମମିତା ମେହେର ହତ୍ୟାକାଣ୍ଡ ମାମଲା: କୋର୍ଟରେ ହାଜର ହେଲେ ଗୋବିନ୍ଦ ସାହୁ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବୁଧବାର ସ୍ଥାନୀୟ ଜେଏମ୍ଏଫସି କୋର୍ଟରେ ହାଜର କରି ପୁଣି କଣ୍ଟାବାଞ୍ଜି ଜେଲକୁ ପଠାଇ ଦିଆଯାଇଛି । ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ପୁଲିସର ସୁରକ୍ଷା ଘେରାକୁ ଚକମା ଦେଇ ଟିଟିଲାଗଡ଼ ବାରାକରୁ ଚମ୍ପଟ ମାରିଥିବା ମାମଲାରେ ଆଜି ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିଲା ।

ଗୋବିନ୍ଦ ଓକିଲ ନଦେବାରୁ ସରକାରଙ୍କ ପକ୍ଷରୁ ଆଇନ ସହାୟକ ସୁରେନ ପଣ୍ଡା ମାମଲା ପରିଚାଳନା କରିଥିଲେ । କୋର୍ଟଙ୍କ ନିଦେ୍ର୍ଧଶକ୍ରମେ ଜାମିନ ପାଇଁ ଆବେଦନ କରିଥିବା, ପରବର୍ତ୍ତୀ ପର୍ଯ୍ୟାୟରେ ଅଭିଯୁକ୍ତଙ୍କ ପକ୍ଷରୁ ଜାମିନଦାର ପହଞ୍ଚିଲେ କୋର୍ଟ ଜାମିନ ବିଚାରକୁ ନେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି  ।

Get real time updates directly on you device, subscribe now.