fbpx

ସାଂସଦ ରମେଶ ମାଝୀଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଉମରକୋଟ: ସାଂସଦ ରମେଶ ମାଝୀଙ୍କ ଉପରକୁ ଅଣ୍ଡାମାଡ଼ କରି ବିରୋଧ ପ୍ରଦର୍ଶନ କରାଯାଇଛି । ଝରିଗାଁ ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ ଅଣ୍ଡାମାଡ଼ କଲେ ଲୋକେ । ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ଧୁମାମ ଗାଁ ଦେଇ ଗଲାବେଳେ ଅଣ୍ଡାମାଡ଼ ହୋଇଥିବା ସୂଚନା । ହାତରେ ଠେଙ୍ଗା, ବାଡ଼ି ଧରି ସାଂସଦଙ୍କୁ ବିରୋଧ କରିଥିଲେ ଅଞ୍ଚଳବାସୀ ଏହା ସହ ଗାଡ଼ିକୁ ଅଟକାଇବା ସହ ରାଲିରେ ଯାଉଥିବା ସବୁ ଗାଡ଼ିକୁ ଅଣ୍ଡାମାଡ଼ ମଧ୍ୟ କରିଥିଲେ ଲୋକେ ।

ସୂଚନା ଅନୁଯାୟୀ, ସାଂସଦ ରମେଶ ମାଝୀ ମଧ୍ୟାହ୍ନରେ ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରକୁ ଯାଇଥିବା ସମୟରେ ତାଙ୍କୁ ଏହି ଅଣ୍ଡାମାଡ଼ ହୋଇଛି । ପ୍ରଥମେ ଧୂମାମ ଠାରେ କିଛି ଲୋକ ଅଣ୍ଡା ଓ ପଥର ମାଡ଼ କରିଥିଲେ, ସେଠାରୁ ସାଂସଦ ଶ୍ରୀ ମାଝୀ  କେବିଡ଼ି ଗ୍ରାମକୁ ଚାଲି ଯାଇ ସେଠାରେ ଜଣକ ଘରେ ଆଶ୍ରୟ ନେଇ ରହିଥିଲେ ପରବର୍ତୀ ସମୟରେ ସେ ପୁଣି ପ୍ରଚାରରେ ବାହାରି ବରପାଣି, ନୂଆପରକ୍ଷ, ଖଲିଆପାଣି ବୁଲି ଇଚ୍ଛାପୁର ପହଂଚି ଥିଲେ । ସେଠାରେ ଗ୍ରାମବାସୀଙ୍କୁ ନେଇ ଏକ  ବୈଠକ ଅନୁଷ୍ଠିତ ହୋଇଥିଲା, ବୈଠକରେ  ଗ୍ରାମବାସୀ ଏହାର ଘୋର ନିନ୍ଦା କରିବାସହ ପଞ୍ଚାୟତ ନିର୍ବାଚନରେ ଏହାର ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି ।

Get real time updates directly on you device, subscribe now.