fbpx
BSKY
BJD YOUTH SKY
BJD MS SKY

ମଣିପୁର ନିର୍ବାଚନ ଘୁଞ୍ଚାଇଲେ ନିର୍ବାଚନ କମିଶନ: ଏହି ତାରିଖରେ ହେବ ଭୋଟ ଗ୍ରହଣ, ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: ଦ୍ୱିତୀୟ ରାଜ୍ୟ ଭାବରେ ମଣିପୁରରେ ନିର୍ବାଚନ ତାରିଖ ଘୁଞ୍ଚିଛି । ପ୍ରଥମେ ରବିଦାସ ଜୟନ୍ତୀ ପାଇଁ ପଞ୍ଜାବରେ ନିର୍ବାଚନ ଘୁଞ୍ଚାଯାଇଥିବା ବେଳେ ଗୁରୁବାର ମଣିପୁରର ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି । ମଣିପୁର ନିର୍ବାଚନ ପୂର୍ବ ପରି ଦୁଇ ପର୍ଯ୍ୟାୟରେ ହିଁ ଅନୁଷ୍ଠିତ ହେବ ତେବେ କେବଳ ତାରିଖ ପରିବର୍ତ୍ତନ କରାଯାଇଥିବା ନେଇ ନିର୍ବାଚନ କମିଶନ ପ୍ରକାଶ କରିଛନ୍ତି । ଫେବୃୟାରୀ ୨୭ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ମାର୍ଚ୍ଚ ୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥାନ୍ତା ।

ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଫେବୃୟାରୀ ୨୮ ତାରିଖକୁ ଘୁଞ୍ଚାଇ ଦିଆ ଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୫ ତାରିଖରେ ଅନୁଷ୍ଠିତ ହେବ । ବିଭିନ୍ନ ଆଦିବାସୀ ଜାତି ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ ଏହାକୁ ମଞ୍ଜୁର କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରବିବାରରେ ପଡୁଥିବାରୁ ସେଦିନ ଚର୍ଚ୍ଚରେ କାମ ରହିଥାଏ । ସେହି କାରଣରୁ ନିର୍ବାଚନ ଘୁଞ୍ଚାଇ ଦିଆଯାଇଛି ।

Get real time updates directly on you device, subscribe now.