fbpx

ସ୍କୁଲ ଖୋଲିବା ନିଷ୍ପତ୍ତିରେ ସାମାନ୍ୟ ପରିବର୍ତ୍ତନ: ୧୪ରୁ ସ୍କୁଲ ଖୋଲିବ ହେଲେ ୨୮ ରୁ ଆସିବେ ପିଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ପ୍ରକୋପ ହ୍ରାସ ପାଇବା ପରେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଥମ ପର୍ୟ୍ୟାୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ପାଠପଢ଼ା ଆରମ୍ଭ କରାଯିବା ନଇ ଘୋଷଣା କରାଯାଇଥିଲା । କରୋନା ମହାମାରୀର ତୃତୀୟ ଲହର ଯୋଗୁଁ ବନ୍ଦ ରହିଥିଲା ସ୍କୁଲ, କଲେଜ ବିଶ୍ୱବିଦ୍ୟାଳୟ । ତେବେ ଫେବୃଆରୀ ୨ ତାରିଖରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଘୋଷଣା କରିଥିଲେ ଏସଆରସି । ଘୋଷଣା ଅନୁଯାୟ ପ୍ରଥମେ ଫେବୃଆରୀ ୭ରୁ ଅଷ୍ଟମ ଠାରୁ ଉଦ୍ଧ୍ୱର୍ ଶ୍ରେଣୀ କ୍ଲାସ ଏଂବ ୧୪ରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।

ତେବେ ୧୪ରୁ ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି । ୧୪ରୁ ସ୍କୁଲ ଖୋଲିଲେ ବି ପିଲାମାନେ ୨୮ ରୁ ସ୍କୁଲକୁ ଆସିବେ  । ଫେବୃଆରୀ ୨୮ରୁ ସ୍କୁଲରେ ଆରମ୍ଭ ହେବ ଫିଜିକାଲ କ୍ଲାସ୍ । ୨୮ ପର୍ଯ୍ୟନ୍ତ ପିଲାମାନେ ଘରେ ରହି ଅନଲାଇନ କ୍ଲାସ କରିବେ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଫେବୃଆରୀ ୧୪ରେ ଖୋଲିବ ସ୍କୁଲ  । ୧୪ ତାରିଖରୁ ସ୍କୁଲକ ଶିକ୍ଷକ, କର୍ମଚାରୀମାନେ ଆସିବେ । ୧୪ ରୁ ସ୍କୁଲକୁ ଆସି ପରିସର ସଫେଇ କାର୍ଯ୍ୟ ତଦାରଖ କରିବେ । ଏନେଇ ସବୁ ଜିଲ୍ଲାପାଳ ଓ ଡିଇଓମାନଙ୍କୁ ଗଣଶିକ୍ଷା ସଚିବଙ୍କ ଚିଠି ।

Get real time updates directly on you device, subscribe now.