fbpx
BSKY
BJD YOUTH SKY
BJD MS SKY

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ଅନେକ ନେତା ଦେଇ ନାହାନ୍ତି ଘର ଭଡା, ଆରଟିଆଇରୁ ଖୁଲାସା

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ କଂଗ୍ରେସର ଅନେକ ନେତା ସରକାରୀ ବାସଭବନର ଭଡା ଦେଇ ନାହାନ୍ତି। ଏହି ସୂଚନା କାର୍ଯ୍ୟକର୍ତ୍ତା ସୁଜିତ ପଟେଲଙ୍କ ଦ୍ଵାରା ଦାୟର ଏକ ଆରଟିଆଇର ଜବାବରେ ମିଳିଛି। ଆରଟିଆଇରୁ ଜଣା ପଡିଛି ଯେ, ଏହି ସବୁ ନେତା ଅନେକ ସଂପତ୍ତି ଉପରେ ଭଡା ଦେଇ ନାହାନ୍ତି। କେନ୍ଦ୍ରୀୟ ଆବାସ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଆରଟିଆଇ ଜବାବରେ କହିଛନ୍ତି, ଆକବର ରୋଡ୍ ସ୍ଥିତ କଂଗ୍ରେସ ପାର୍ଟି ମୁଖ୍ୟାଳୟ ଉପରେ ୧୨,୬୯,୯୦୨ ଟଙ୍କାର ଭଡା ବାକି ରହିଛି। ଶେଷ ଥର ଘର ଭଡା ୨୦୧୨ରେ ପୈଠ କରାଯାଇଥିଲା।

ଆରଟିଆଇରେ କୁହାଯାଇଛି, ସୋନିଆ ଗାନ୍ଧୀଙ୍କ ୧୦ ଜନପଥ ରୋଡ୍ ସ୍ଥିତ ବାସଭବନ ଉପରେ ୪୬୧୦ ଟଙ୍କା ଘର ଭଡା ବାକି ରହିଛି। ଶେଷ ଥର ୨୦୨୦ ସେପ୍ଟେମ୍ବରରେ ଭଡା ମିଳିଥିଲା। ଅନ୍ୟପଟେ ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ଭିନସେଣ୍ଟ ଜର୍ଜର ଚାଣକ୍ୟପୁରୀ, ନୂଆଦିଲ୍ଲୀରେ ବଙ୍ଗଲା ନମ୍ବର ସି-୧୧/୧୦୯ର ଘରଭଡା ବାବଦରେ ୫,୦୭,୯୧୧ ଟଙ୍କା ବକେୟା ରହିଛି।

ବାସଭବନ ନିୟମ ଅନୁସାରେ, ଜାତୀୟ ଏବଂ ରାଜ୍ୟର ରାଜନୈତିକ ଦଳର ନେତାଙ୍କୁ ବାସଭବନରେ ରହିବାକୁ ଅନୁମତି ପ୍ରଦାନ କରିଥାଏ। ଏପରିକି ପ୍ରତ୍ୟେକ ପାର୍ଟିଙ୍କୁ ନୂଆଦିଲ୍ଲୀରେ ନିଜର କାର୍ଯ୍ୟାଳୟ ତିଆରି କରିବା ପାଇଁ ତିନି ବର୍ଷ ସମୟ ଦିଆଯାଏ। ଏହା ପରେ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଥାଏ। କଂଗ୍ରେସକୁ ୨୦୧୦ ଜୁନରେ ୯-ଏ ରାଉଜ ଏଭେନ୍ୟୁ ଉପରେ ପାର୍ଟିର କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମି ଆବଣ୍ଟନ କରାଯାଇଥିଲା।

ନିୟମ ଅନୁସାରେ କଂଗ୍ରେସକୁ ୨୦୧୩ ସୁଦ୍ଧା ଆକବର ରୋଡ୍ କାର‌୍ୟ୍ୟାଳୟ ଏବଂ କିଛି ବଙ୍ଗଳା ଖାଲି ଦେବାର ଥିଲା। କିନ୍ତୁ ଦଳ ଏମିତି କରିନଥିଲା। ଅନ୍ୟପଟେ ୨୦୨୦ ଜୁଲାଇରେ କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଗୋଟିଏ ମାସ ଭିତରେ ଲୋଧି ରୋଡ୍ ବାସଭବନ ଖାଲି କରିବାକୁ ନୋଟିସ୍ ଦିଆଯାଇଥିଲା।

Get real time updates directly on you device, subscribe now.