fbpx

ତପସ୍ୱିନୀ-ସୁମିତ ବିବାଦ: ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେଲେ ସୁମିତ୍

ବ୍ରହ୍ମପୁର: ବହୁଚର୍ଚ୍ଚିତ ତପସ୍ୱିନୀ-ସୁମିତ ପାରିବାରିକ ବିବାଦରେ ଏବେବି ଥମିନି । ଶ୍ୱଶୁର ଘରେ ନିଜର ମାନ୍ୟତା ଦାବି କରି ସୁମିତଙ୍କ ଘରେ ସାମ୍ନାରେ ବସିଥିଲେ ତପସ୍ୱିନୀ । ଏହାପରେ କୋର୍ଟ ଏହି ମାମଲା କୋର୍ଟକୁ ଯାଇଥିଲା । ଏସଡିଜେଏମ କୋର୍ଟ ଏହି ମାମଲାରେ ଶୁଣାଣି କରିବା ସହ ସୁମିତଙ୍କ ଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ପ୍ରତିମାସରେ ୧୭ ହଜାର ଟଙ୍କା ଭରଣପୋଷଣ ବାବଦକୁ ଦେବାକୁ ମଧ୍ୟ କହିଥିଲେ ।

ପ୍ରତି ମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ, ସୁମିତ ତାଙ୍କ ପାଖରେ ଟଙ୍କା ନଥିବା ଦର୍ଶାଇ ଏହି ୧୭ ହଜାର ଟଙ୍କା ଦେଇନଥିଲେ ଯାହାକୁ ନେଇ ତପସ୍ୱିନୀଙ୍କ ପକ୍ଷରୁ କୋର୍ଟ ନିର୍ଦ୍ଦେଶ ଉଲ୍ଲଘଂନ ନେଇ ଅଭିଯୋଗ ହୋଇଥିଲା । ତେବେ ଗୁରୁବାର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେଇଛନ୍ତି ସୁମିତ । ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଡିମାଣ୍ଡ ଡ୍ରାଫ୍ଟ ଜରିଆରେ ଦେଇଛନ୍ତି ସୁମିତ ।

Get real time updates directly on you device, subscribe now.