fbpx
BSKY
BJD YOUTH SKY
BJD MS SKY

ପୁରୀଘାଟ ଥାନାରେ ବର୍ଷା: ସୋଶଲ ମିଡିଆରେ ଜାଗ୍ରତିଙ୍କ ପୋଷ୍ଟକୁ ନେଇ ଅଭିଯୋଗ ଆଣିଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ଓଲିଉଡ ଷ୍ଟାର କପଲ ଅନୁଭବ-ବର୍ଷା ପାରବାରିକ ବିବାଦ ନେଇଛି ଆଉ ଏକ ନୂଆ ମୋଡ । ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କ ବିରୋଧରେ ଏତଲା ଧରି ଥାନାରେ ପହଞ୍ଚିଲେ ବର୍ଷା ପ୍ରିୟଦର୍ଶିନୀ । ପୁରୀଘାଟ ଥାନାରେ ଅନୁଭବଙ୍କ ବାନ୍ଧବୀଙ୍କ ନାଁରେ ଏତଲା ଦେଇଛନ୍ତି ଓଲିଉଡ କୁଇନ ।

Hot Barsha Priyadarshini Wiki, Bio, Age, Height, Husband, Net Worth | The  Viral Blaze

ସୂଚନା ଯୋଗ୍ୟ ଯେ, ବିଜେଡି ସାଂସଦ ଅନୁଭବଙ୍କ ବାନ୍ଧବୀ ଜାଗ୍ରତି ସୋଶଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଯାହାକୁ ନେଇ ଅନୁଭବଙ୍କ ପତ୍ନୀ ବର୍ଷା ଦେଇଛନ୍ତି ତୀବ୍ର ପ୍ରତିକ୍ରିୟା । ଜାଗ୍ରତିଙ୍କର ଏଭଳି କାର୍ଣ୍ଣାମାରେ ସେ ସିଧାସଳଖ ଆଇନର ସାହାଯ୍ୟ ମାଗିଛନ୍ତି । ପୁରୀଘାଟ ଥାନାରେ ସ୍ୱାମୀଙ୍କ ବାନ୍ଧବୀ ଜାଗ୍ରତିଙ୍କ ନାଁରେ ଏତଲା ଦେଇଛନ୍ତି ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ । ସମ୍ମାନ ହାନୀ କରାଉଥିବା ନେଇ ବର୍ଷା ଜାଗ୍ରତୀଙ୍କ ନାଁରେ ଆଣିଛନ୍ତି ଅଭିଯୋଗ । ବର୍ଷାଙ୍କ ନାଁ ନ ନେଇ ଜାଗ୍ରତି ଏହି ପୋଷ୍ଟ କରିଥିଲେ । କିନ୍ତୁ ଏହି ପୋଷ୍ଟକୁ ନେଇ ବର୍ଷା ସିଧା ପୋଲିସ ନିକଟରେ ପହଞ୍ଚିଛନ୍ତି । ଯେଉଁଥିରେ ସେ ବର୍ଷାଙ୍କୁ ଆକ୍ଷେପ କରି କହିଥିବା ଅଭିଯୋଗରେ ଦର୍ଶାଯାଇଛି । ତେବେ ଜାଗ୍ରତିଙ୍କ ନାଁରେ ବର୍ଷାଙ୍କ ଏତଲା ପରେ ଘଟଣାର ତଦନ୍ତ ଆରମ୍ଭ କରିବାକୁ ଯାଉଛି ପୁରୀଘାଟ ପୋଲିସ ।

Get real time updates directly on you device, subscribe now.