fbpx
BSKY SKY
BSKY SKY

କୋଭିଡକୁ ହରାଇଲେ ଋତୁରାଜ ଗାଏକ୍ୱାଡ: ତୃତୀୟ ଦିନିକିଆରେ କରି ପାରନ୍ତି ଓପନିଂ

BSKY

ନୂଆଦିଲ୍ଳୀ: କୋଭିଡ-୧୯ ଆକ୍ରାନ୍ତ ଥିବା ଓପନର ଋତୁରାଜ ଗାଏକ୍ୱାଡ ବର୍ତ୍ତମାନ କରୋନାରୁ ସୁସ୍ଥ ହୋଇଛନ୍ତି । ଏହା ସହିତ ଋତୁରାଜ ନିଜର ଓପନିଂ ସ୍ଲଟକୁ ଫେରିବାର ସମ୍ଭାବନା ରହିଛି । ତେବେ ଶିଖର ଧୱନଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ଆଗୁଆ ସୂଚନା ଦେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଯଦି ଶିଖର ଧୱନ ଦଳକୁ ଫେରୁଛନ୍ତି ତା ହେଲେ ଦୀପକୁ ହୁଡା ଅନ୍ତିମ ଏକାଦଶରୁ ବାଦ ପଡି ପାରନ୍ତି । ତେବେ ଅନ୍ତିମ ଦିନିକିଆ ପାଇଁ ମିଡିଲ ଅର୍ଡରରୁ ସୂର୍ଯ୍ୟ କୁମାର ଯାଦବଙ୍କୁ ଦଳ ବିଶ୍ରାମ ଦେଇ ପାରେ ।

ଦିନିକିଆ ସିରିଜରେ ସ୍ଥାନ ନ ମିଳିଲେ ହେଁ ଋତୁରାଜ ଟି-୨୦ ସିରିଜରେ ଖେଳିବେ । ଋତୁରାଜ ଆଇପିଏଲରେ ଦ୍ୱିତୀୟ ସର୍ବାଧିକ ସ୍କୋରର ରହିଥିବା ବେଳେ ବିଜୟ ହଜାରେ ଟ୍ରଫିରେ ଚମକ୍ରାର ବ୍ୟାଟିଂ କରିଥିଲେ । ୩ଟି ଶତକ ସହିତ ୫୦୦ରୁ ଅଧିକ ରନ କରିଥିଲେ ଋତୁରାଜ । ୱେଷ୍ଟ ଇଣ୍ଡିଜ ସିରିଜର ୪ ଦିନ ପୂର୍ବରୁ ଗାଏକ୍ୱାଡ, ଶିଖର ଧୱନ ଏବଂ ଶ୍ରେୟସ ଆୟାର କରୋନାରେ ଆକ୍ରାନ୍ତ ହୋଇଥିଲେ ।

Get real time updates directly on you device, subscribe now.