ପଞ୍ଜାବ: ଥାନାର SHO ମ୍ୟାଡ଼ାମଙ୍କୁ ଚୋର ବହୁତ ଗନ୍ଧ ହେଲା, ମ୍ୟାଡ଼ାମ କହିଲେ ଚୋରକୁ ଗାଧୋଇକି ଆଣ, ତା ପରେ ତଦନ୍ତ ହେବ। ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ପଞ୍ଜାବର ଫାଜିଲକା ଜିଲ୍ଲାର ଆବୋହର ସହରରେ। ଯାହାକୁ ଶୁଣି ଆପଣଙ୍କ ମୁଣ୍ଡ ମଧ୍ୟ ଲାଜରେ ନଇଁଯିବ।
କଣ ଥିଲା ପୁରା ଘଟଣା: ବାସ୍ତବରେ, ଗୋଟିଏ ସ୍ଥାନରେ ଦୁଇ ଜଣଙ୍କ କାରଖାନା ତିଆରି କରାଯାଉଥିଲା। ସେମାନଙ୍କର ନାମ ଇଶାନ ଗବା ଏବଂ ରଜତ ରାହେଜା। ଗୋଟିଏ ଚୋର ପ୍ରଥମେ ଗୋଟିଏ କାରଖାନାରୁ ଜିନିଷପତ୍ର ଚୋରି କଲା, ପୁଣି ତା ପରଦିନ ସେ ଅନ୍ୟ ଏକ କାରଖାନାରୁ ଜିନିଷପତ୍ର ଚୋରି କରିବାକୁ ଗଲା।
ଚୋରଟି ଜିନିଷ ଚୋରି କରି କାରଖାନାରୁ ଯେତେବେଳ ବାହାରକୁ ଯାଏ ସେତେବେଳେ ରଜତ କାରଖାନାରେ ଚୋରି ବିଷୟରେ ସୂଚନା ପାଇ କାରଖାନାରେ ପହଞ୍ଚି ଚୋରକୁ ଧରି ଈଶାନର ବାପାଙ୍କ ସହିତ ସିଟି 2 ପୋଲିସ ଷ୍ଟେସନକୁ ନେଇଗଲେ। କିନ୍ତୁ ସେଠାରେ ଘଟିଲା ଆଶ୍ଚର୍ଯ୍ୟକର ଘଟଣା।
SHOଙ୍କୁ ଚୋର ଗନ୍ଧେଇଲା: ଈଶାନଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ପୋଲିସ ଷ୍ଟେସନର SHO ପ୍ରମିଳା ରାଣୀ ଚୋରକୁ ଦେଖି ସେମାନଙ୍କୁ କହିଲେ ଚୋର ବହୁତ ମଇଳା ହୋଇଛି। ଏହା ଉପରେ କାଦୁଅ ଲାଗିଛି। ଯଦି ତୁମେ ପଦକ୍ଷେପ ନେବାକୁ ଚାହୁଁଛ, ତେବେ ତାକୁ ଗାଧୋଇବା ପରେ ଥାନାକୁ ଆଣ। ଏହା ପରେ ସେ ଅଭିଯୁକ୍ତକୁ ତାଙ୍କ ଘରକୁ ନେଇଗଲେ ଏବଂ ତାକୁ ଗାଧୋଇ ନିଜର ପୋଷାକ ପିନ୍ଧାଇ ଥାନାକୁ ଆଣିଲେ।
ସେତିକିରେ ମଧ୍ୟ ମାମଲା ସମାଧାନ ହେଲା ନାହିଁ। ଯେତେବେଳେ ସେମାନେ ଅଭିଯୁକ୍ତଙ୍କୁ ପୁଣି ଥାନାକୁ ଆଣିଥିଲେ, SHO ପ୍ରମିଳା ରାଣୀ ସେମାନଙ୍କୁ ଧମକ ଦେଇ କହିଥିଲେ ଯେ, ତୁମେମାନେ ଚୋରକୁ ଚାପୁଡ଼ା ମାରିଛ। ସେଥିପାଇଁ ତୁମ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ଶୁଣିଲା ପରେ ରଜତ ଏବଂ ଈଶାନର ବାପା ଆଉ କେସ ଫାଇଲ ନକରି ଅଭିଯୁକ୍ତଙ୍କୁ ଛାଡିଦେଲେ।
ପ୍ରତ୍ୟକ ଦିଗ ଉପରେ କାର୍ଯ୍ୟାନୁଷ୍ଠାନ: ଏହି ଘଟଣା ବିଷୟରେ ଏସଏସପି ଗୁରମିତ୍ ସିଂହ କହିଛନ୍ତି ଯେ, ପୀଡିତ ପକ୍ଷ ଘଟଣାସ୍ଥଳେ ଚୋରକୁ ମାଡ଼ ମାରିଥିବା ଜାଣିବାକୁ ମିଳିଛି। ଚୋରକୁ ଗାଧୋଇବା ଘଟଣାକୁ SHO ଅସ୍ୱୀକାର କରିଛନ୍ତି। ତେଣୁ ମାମଲାର ପ୍ରତ୍ୟେକ ଦିଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।