ଡାକ୍ତର ପ୍ରେମିକର ବର୍ବରତା, ବେହୋସ କରି କଲା ବଳାତ୍କାର, ପରେ ପ୍ରେମିକାକୁ ଉଲଗ୍ନ କରି ରାସ୍ତାରେ ଫୋପାଡ଼ି ଦେଲା
ମହିଳାଙ୍କ ପ୍ରଚୁର ରକ୍ତସ୍ରାବ ହେଉଥିଲା।
ଉତ୍ତରପ୍ରଦେଶ: ଡାକ୍ତର ପ୍ରେମିକଙ୍କ ନୃଶଂସ କାମ। ର୍ବବରତା ସୀମା ପାର କଲେ ଡାକ୍ତର। ପ୍ରେମିକ ପାଖରୁ ମନ ମରି ଯିବାରୁ ଡାକ୍ତର ପ୍ରେମିକ ବଡ଼ ଷଡ଼ଯନ୍ତ୍ର।ଉତ୍ତର ପ୍ରଦେଶର ବରେଲିରେ ଜଣେ ଡାକ୍ତର ତାଙ୍କ ପ୍ରେମିକ ସହ ଏପରି କାଣ୍ଡ ଘଟାଇଛନ୍ତି ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ପ୍ରେମିକକୁ ପ୍ରଥମେ ତିନୋଟି ଇଞ୍ଜେକ୍ସନ ଦେଇ ତାଙ୍କୁ ବେହୋସ କରିଦେଲେ। ତା’ପରେ ସେ ତାଙ୍କ ମୁହଁ ଏବଂ ଶରୀରରେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଖଣ୍ଡିଆ କରି ଗଭୀର ଆଘାତ ଦେଇଥିଲେ।
ତା’ପରେ ସେ ତାଙ୍କ ପ୍ରେମିକ ଦେହରୁ ପୋଷାକ କାଢ଼ି ତାଙ୍କୁ ଉଲଗ୍ନ କରି ଦିଲ୍ଲୀ-ଲକ୍ଷ୍ନୌ ରାଜପଥରେ ଫିଙ୍ଗି ଦେଲା ଡାକ୍ତର ପ୍ରେମିକ। ଡାକ୍ତର ପ୍ରେମିକ ଭାବିଥିଲେ ଯେ ରାଜପଥରେ ପ୍ରେମିକା ଉପରେ ଗାଡ଼ି ଚଢ଼ି ସେ ଚାପି ହୋଇ ମରିଯିବ। ତାଙ୍କ ମୃତ୍ୟୁକୁ ଏକ ସଡ଼କ ଦୁର୍ଘଟଣାରେ ହୋଇଛି ବୋଲି କୁହାଯିବ।
ଏତେ ଘଟଣା ଘଟିବା ପରେ ମଧ୍ୟ ଯୁବତୀଙ୍କ ଜୀବନ ବଞ୍ଚିଯାଇଥିଲା। ପାଖ ଗାଁ ଲୋକମାନେ ତାଙ୍କୁ ଦେଖିଥିଲେ। ମହିଳାଙ୍କ ପ୍ରଚୁର ରକ୍ତସ୍ରାବ ହେଉଥିଲା। ସେମାନେ ତାଙ୍କୁ ଦେଖିବା ପରେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ।
ଡାକ୍ତର ଯୁବତୀଙ୍କ ସହିତ ସମ୍ପର୍କ ଥିବା ସ୍ୱୀକାର କରିଥିଲେ।
ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା। ଯୁବତୀଙ୍କ ଦେହରେ କପଡ଼ା ଦେଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ଯୁବତୀଙ୍କ ବୟାନ ପରେ ପୋଲିସ ଡାକ୍ତରଙ୍କୁ ପଚରାଉଚରା କରିଥିଲା। ହେଲେ ଗାଲୁଆ ଡାକ୍ତର ପ୍ରଥମେ କହିଥିଲା ସେ କିଛି କରିନି ବୋଲି। ଯେତେବେଳେ ପୋଲିସ ତାଙ୍କୁ ତାଙ୍କ ମୋବାଇଲ କଲ୍ ଡିଟେଲ୍ ଦେଖାଇଲା ସବୁ କଥା ପୋଲିସ ଆଗରେ ଗାଳି ପକାଇଥିଲା ଅଭିଯୁକ୍ତ।
ଡାକ୍ତରକୁ ପଚରାଉଚରା ସମୟରେ ପୋଲିସକୁ କହିଥିଲେ ଯେ ସେ ମହିଳାଙ୍କୁ ଛାଡିବାକୁ ଚାହାଁନ୍ତି, ତେଣୁ ସେ ତାଙ୍କ ଉପରେ ଅତ୍ୟାଚାର କରିଥିଲେ।ରିପୋର୍ଟ ଅନୁଯାୟୀ, ମହିଳା ଜଣକ ବାଣ୍ଡାୟୁର ବାସିନ୍ଦା। ପାଞ୍ଚ ବର୍ଷ ପୂର୍ବେ ସେ ବରେଲି ମେଡିକାଲ କଲେଜରେ ନର୍ସିଂ ପାଠପଢ଼ୁଥିଲେ। ତା’ପରେ, ସେ ବିସାଲପୁର ରୋଡର ଏକ ଘରୋଇ ହସ୍ପିଟାଲରେ ଚାକିରି ପାଇଥିଲେ। ହସ୍ପିଟାଲରେ ହିଁ ତାଙ୍କର ଜଣେ ଡାକ୍ତରଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।
ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା କରିଥିଲେ।
ଡାକ୍ତର ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ଶାରେରୀକ ସମ୍ପର୍କ ରଖିଥିଲେ। ହେଲେ ଯୁବତୀ ଜଣଙ୍କ ପରେ ଜାଣିବାକୁ ପାଇଥିଲେ ଡାକ୍ତର ପୂର୍ବରୁ ବିବାହିତ।
ଯାହା ପାଇଁ ଡାକ୍ତର ଏବଂ ମହିଳାଙ୍କ ମଧ୍ୟରେ ଜୋରସୋରରେ ଝଗଡ଼ା ହୋଇଥିଲା। ମଙ୍ଗଳବାର ଦିନ, ମହିଳା ଡାକ୍ତରଙ୍କୁ କହିଥିଲେ ଯେ ତାଙ୍କର ପେଟରେ ଯନ୍ତ୍ରଣା ହେଉଛି।
ଡାକ୍ତର ତାଙ୍କୁ ଚିକିତ୍ସା କରିବା ବାହାନାରେ ତାଙ୍କ ଘରକୁ ଯାଇ ତିନୋଟି ଇଞ୍ଜେକ୍ସନ ଦେଇ ତାଙ୍କୁ ଚେତାଶୂନ୍ୟ କରି ଦେଇଥିଲେ। ତା’ପରେ ସେ ତାଙ୍କ ମୁହଁ, ମୁଣ୍ଡ ଏବଂ ଶରୀରରେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆଘାତ ଦେଇଥିଲେ।
ତା’ପରେ ଡାକ୍ତର ମହିଳାଙ୍କୁ କାରର ଆଗ ସିଟ୍ ଉପରେ ଶୁଆଇ ଦେଇଥିଲେ। ମଧ୍ୟରାତ୍ରିରେ, ସେ ତାଙ୍କୁ ଉଲଗ୍ନ କରି ଇନଭର୍ଟିସ୍ ବିଶ୍ୱବିଦ୍ୟାଳୟ ନିକଟରେ ରାଜପଥ ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ। ତାଙ୍କର ଯୋଜନା ଥିଲା ଏକ ଗାଡ଼ି ଝିଅଟିକୁ ଚାପି ଦେବ ।
ଯାହା ଫଳରେ ତାଙ୍କ ମୃତ୍ୟୁ ଦୁର୍ଘଟଣା ବୋଲି ସମସ୍ତେ ଜାଣିବେ। ପୋଲିସ ପକ୍ଷରୁ କୁହାଯାଇଛି ଯେ ଡାକ୍ତରଙ୍କୁ ପଚରାଉଚରା କରାଯାଉଛି ଏବଂ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବ।
ପୀଡିତା ବର୍ତ୍ତମାନ ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ବୟାନ ଉପରେ ଆଧାର କରି ଏହି ମାମଲାରେ ପରବର୍ତ୍ତୀ ପୋଲିସ କାର୍ଯ୍ୟାନୁଷ୍ଠାନ ନିଆଯିବ।