fbpx

(video) ସମୁଦ୍ରରେ ଲମ୍ପ ମାରିବାକୁ ଯାଉଥିଲା, ହଠାତ୍ ଦେଖିଲେ ପାଟି ଖୋଲି ଶିକାର ଅପେକ୍ଷାରେ ରହିଛି ସାର୍କ , ଆଉ ତା’ ପରେ…. ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ଆଜିର ସମୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି । ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିଲେ ଆଖି ବନ୍ଦ ହୋଇଯିବ । ଏହି ଭିଡିଓ ପୁରୁଣା ବୋଲି କୁହାଯାଉଛି, କିନ୍ତୁ ପୁନର୍ବାର ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓ ଅନୁଯାୟୀ, ଯୁବତୀ ଜଣଙ୍କ ପହଁରିବା ପାଇଁ ସମସ୍ତ ଡାଇଭିଂ ଉପକରଣ ପିନ୍ଧିଛନ୍ତି। ସେ ଜାହାଜରୁ ଓହ୍ଲାଇ ସମୁଦ୍ରରେ ଲମ୍ପ ମାରିବାକୁ ଚେଷ୍ଟା କରିବା ମାତ୍ରେ, ସେ ଦେଖିଲେ ତାଙ୍କ ଆଖି ସାମ୍ନାରେ ଏକ ସାର୍କ ତାଙ୍କ ସାମ୍ନାରେ ପାଟି ଖୋଲି ଶିକାର ଅପେକ୍ଷାରେ ରହିଛି । ଶେଷ ମୁହୂର୍ତ୍ତରେ ସାର୍କ ଦେଖି ଯୁବତୀ ଜଣଙ୍କ ପଛକୁ ଫେରିଗଲା । ଏହି ସମୟରେ ସାର୍କ ଜଳ ଉପରୁ ଆସି ପାଟି ଖୋଲିବା ପରେ ଏକ ଭୟଙ୍କର ଚିତ୍ର ଦେଖାଗଲା । ଯଦି ଯୁବତୀ ସମୁଦ୍ର ମଝିକୁ ଲମ୍ପ ମାରିଥାନ୍ତେ, ତେବେ ମରଣ ନିଶ୍ଚିତ । ଭୋକିଲା ସାର୍କ ତାଙ୍କୁ କେବେ ବି ଛାଡି ନଥାନ୍ତା । ମରଣ ମୁହଁରୁ ଯୁବତୀଙ୍କ ଜୀବନ ବଞ୍ଚିଗଲା ।

ଏହି ଭିଡିଓ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ଅଧିକ ଭାଇରାଲ ହେବାରେ ଲାଗିଛି। ସମସ୍ତ ଆକାଉଣ୍ଟ୍ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓଟି ନିୟର୍ଲି ଟୁ ଡାଏ ଟ୍ୱିଟର ଆକାଉଣ୍ଟରେ ୧.୭ ମିଲିୟନ୍ ଭ୍ୟୁ ପାଇଛି। ଏଥିସହ, ୧୮୦୦ ରୁ ଅଧିକ ଉପଭୋକ୍ତା ରିଟ୍ୱିଟ କରିଛନ୍ତି।

କୁହାଯାଉଛି ଯେ ଏହି ଭିଡିଓ ପ୍ରକୃତରେ ଗତ ବର୍ଷ ଅକ୍ଟୋବର ର। ଏହି ଘଟଣା ହାୱାଇରେ ଘଟିଛି । ସେହି ସମୟରେ ଭିଡିଓ ସେୟାର କରି ସାର୍କଙ୍କୁ ରାଣୀ ନିକ୍କି ବୋଲି ବର୍ଣ୍ଣନା କରାଯାଇଥିଲା। ଏହି ସମୟରେ, ଡାଇଭରଙ୍କ ନାମ ଅର୍ଥାତ୍ ଯୁବତୀକୁ ଓସେନ ରାମସେ ବୋଲି କୁହାଯାଉଛି । ସେହି ଘଟଣା ବିଷୟରେ କଥାବାର୍ତ୍ତା କରି ରାମସେ କହିଥିଲେ ଯେ ମୁଁ ସାର୍କ ଦେଖିଛି ଏବଂ ଏହା ଅତି ନିକଟରୁ । ଏହି କାରଣରୁ ମୋତେ ଫେରିବାକୁ ପଡିଲା ।

Get real time updates directly on you device, subscribe now.