ଅନୁଗୁଳ,୨୬ା୩: ମହଙ୍ଗା ପଡ଼ିଲା ଶୁଆକୁ ଫାଶୀ ଦେଇ ରିଲ୍ସ କରିବା । ଅନୁଗୁଳ ଜିଲା ଆଠମଲ୍ଲିକ ନାକଟି ଦେଉଳରୁ ଅଭିଯୁକ୍ତ ଗିରଫ ହୋଇଛନ୍ତି । ବିରି ଖାଇଥିବାରୁ ଶୁଆକୁ ଫାଶୀ ଦେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ କରିଥିଲେ ୨୫ ବର୍ଷୀୟ ଅଭିଯୁକ୍ତ ବାଇଗା ପିତଲି। ପରେ ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବର ଟ୍ରାକ କରି ଅଭିଯୁକ୍ତକୁ ଗିରଫ କରାଯାଇଥିବା ଆଠମଲ୍ଲିକ ଡିଏଫ୍ଓ କହିଛନ୍ତି ।
ଡିଏଫ୍ଓ କହିଛନ୍ତି, ଉକ୍ତ ଶୁଆଟିର ମୃତ୍ୟୁ ହୋଇଥିବା ବେଳେ ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯିବ । ନାକଟି ଦେଉଳ ଅଞ୍ଚଳରେ ଏହି ଭିଡିଓଟି ଶୁଟିଂ କରାଯାଇଥିଲା। ବୁଧବାର ସକାଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଅନ୍ୟମାନେ ସାମିଲ ଥିବା ବନବିଭାଗ ଜେରାରୁ ଜଣାପଡିଛି। ଅନ୍ୟ ଜଣେ ଅଭିଯୁକ୍ତ ଶୁଆଟିକୁ ମାରିଥିବା ବାଇଗା ପ୍ରକାଶ କରିଛନ୍ତି । ସେ କେବଳ ରିଲ୍ସ କରିଛନ୍ତି । ଶୁଆକୁ ସେ ହତ୍ୟା କରିନାହାନ୍ତି ବୋଲି ବାଇଗା ପୋଲିସ ଆଗରେ ପ୍ରକାଶ କରିଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜା ଚାଲିଥିବା ପୋଲିସ କହିଛି ।