fbpx

ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜରୁ ଦୂରେଇ ରହି ପାରନ୍ତି ମୁଖ୍ୟ କୋଚ ରାହୁଲ ଦ୍ରାବିଡ: କିଏ ନେବ ସ୍ଥାନ?

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ଶେଷ ହେବା ପରେ ଭାରତ ଗସ୍ତରେ ଆସିବ ଦକ୍ଷିଣ ଆଫ୍ରିକା । ଉଭୟ ଦଳ ମଧ୍ୟରେ ୫ଟି ଟି-୨୦ ମ୍ୟାଚ ଖେଲାଯବ । ତେବେ ଏହି ସିରିଜ ପାଇଁ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇପାରେ । ଏହା ସହିତ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ମଧ୍ୟ ଏହି ଗସ୍ତରୁ ଦୂରେଇ ରହି ପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ତାଙ୍କ ସ୍ଥାନରେ କିଏ ଦଳର କୋଚ ଦାୟିତ୍ୱ ନେବେ ସେ ନେଇ ଉଠିଛି ପ୍ରଶ୍ନ ।

ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜରେ ଅନେକ ବରିଷ୍ଠ ଖେଲାଳିଭ୍କୁ ବିଶ୍ରାମ ଦିଆଯିବ । ରୋହିତ ଶର୍ମା, ବିରାଟ କୋହଲି, ଜଶପ୍ରୀତ ବୁମରାହ ଏବଂ ଋଷଭ ପନ୍ତଙ୍କ ସମେତ କେ.ଏଲ ରାହୁଲ ଏହି ସିରିଜରୁ ବାଦ ପଡିପାରନ୍ତି । ଏହା ସହିତ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ମଧ୍ୟ ସିରିଜରେ ବିଶ୍ରାମ ନେବା ନେଇ ଅନୁମାନ କରାଯାଉଛି । ତେବେ ରାହୁଲ ଦ୍ରାବିଡଙ୍କ ପରେ ଦଳର କୋଚ ପାଇଁ ଯଦି କାହା ନାମ ପ୍ରଥମେ ଆସିଛି ସେ, ହେଉଛନ୍ତି ତାଙ୍କ ପୁରୁଣା ବନ୍ଧୁ ଭିଭିଏସ ଲକ୍ଷ୍ମଣ । ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ସହ ଲଢିବ ଟିମ ଇଣ୍ଡିଆ । ତେଣୁ ଏନସିଏର ଚେୟାରମ୍ୟାନ ଲକ୍ଷ୍ମଣ ଟିମ ଇଣ୍ଡିଆ ସହ କୋଚ ଭାବେ ଯୋଡି ହେବେ ।

ଏହି ସିରିଜ ସମୟରେ ପୂର୍ବ ବର୍ଷ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବାକି ଥିବା ଏକ ମ୍ୟାଚ ଖେଳିବା ପାଇଁ ଗସ୍ତ କରିବ ମେନ ଇନ ବ୍ଲୁ । ଭାରତର ଟେଷ୍ଟ ଟିମ ସହ ଦଳର ଅନ୍ୟ ବରିଷ୍ଠ ଖେଲାଳିମାନଙ୍କୁ ନେଇ ଇଂଲଣ୍ଡ ଗସ୍ତରେ ଯିବେ ହେଡ କୋଚ ରାହୁଲ ଦ୍ରାବିଡ । ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ଦ୍ରାବିଡ ନିଜକୁ ଦୂରେଇ ରଖିପାରନ୍ତି । ସେପଟେ ଦଳର ଅଧିନାୟକ ଭାର ଶିଖର ଧୱନଙ୍କ ଉପରେ ରହିପାରେ ।

Get real time updates directly on you device, subscribe now.