fbpx

ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ପ୍ରଧାନଶିକ୍ଷକଙ୍କୁ ୧୦ ବର୍ଷ ଜେଲଦଣ୍ଡ

ଭବାନୀପାଟଣା(ଓଡ଼ିଶା ଭାସ୍କର): ଆଜିକାଲି ଦୁଷ୍କର୍ମ ମାମଲାରେ ବଢ଼ିବାରେ ଲାଗିଛି । ବଦଳୁଥିବା ଯୁଗ ସହ ଅପରାଧ ମଧ୍ୟ ବଢ଼ୁଛି । ଗୁରୁଜନ ଭାବି ଯେଉଁମାନଙ୍କୁ ସମ୍ମାନ କରାଯାଉଛି, ସେମାନେ ହିଁ ଶୋଷଣ କରିବାରେ ଲାଗୁଛନ୍ତି । ଏହାରି ମଧ୍ୟରେ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଜଣେ ପ୍ରଧାନଶିକ୍ଷକଙ୍କୁ ୧୦ ବର୍ଷର ଜେଲଦଣ୍ଟରେ ଦଣ୍ଡିତ କରାଯାଇଛି ।

ପ୍ରଧାନ ଶିକ୍ଷକ ନକୁଳ ଶବରଙ୍କୁ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ପୀଡିତାଙ୍କୁ ୬ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ମଧ୍ୟ କୋର୍ଟ ରାୟ ଶୁଣାଇଛନ୍ତି । ସୂଚନା ମୁତାବକ, ୨୦୧୨ରେ କୋକସରା ଥାନାଞ୍ଚଳର ଏକ ଆବସିକ ସ୍କୁଲରେ ଦୁଷ୍କର୍ମ ଘଟିଥିଲା । ଏହି ମାମଲାରେ ଆଜି କୋର୍ଟ ରାୟ ଶୁଣାଇ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଦଣ୍ଡିତ କରିଛନ୍ତି ।

Get real time updates directly on you device, subscribe now.