fbpx

ସିନିଅର ସେକ୍ସନ ଇଞ୍ଜିନିୟରଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ରେଳମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର:ଭୁବନେଶ୍ୱର ଲୋକସଭା ସଦସ୍ୟା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଙ୍କ ନେତୃତ୍ୱରେ ରେଳୱେ ଇଂଜିନିୟର ମାନେ ମାନନୀୟ ରେଳୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହିତ ଡିସେମ୍ବର ଦିନ ନୂଆଦିଲ୍ଲୀ ଠାରେ ସାକ୍ଷାତ କରି ଆଲୋଚନା କରିଛନ୍ତି। ସିନିଅର ସେକ୍ସନ ଇଞ୍ଜିନିୟରଙ୍କ ଦରମା ବୃଦ୍ଧି ସମ୍ଭଦ୍ଧରେ ସେମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଇଷ୍ଟ କୋଷ୍ଟ ରେଳୱେ ଇଂଜିନିୟର ଆସୋସିଏସନ୍ ( ଋଉକ୍ଟଜଋଇ ) ର ସଭାପତି ବବିନ ମହାନ୍ତି ଜଣାଇଛନ୍ତି ଯେ ଆବଶ୍ୟକ ସଂଶୋଧନ କରି ଏଚ-୫୪୦୦ ସ୍ତରକୁ ଦରମା ବୃଦ୍ଧି ଅଂଶ ୫୦ପ୍ରତିଶତ ବଦଳରେ ୧୦୦ପ୍ରତିଶତ ଓ ଏହାକୁ ପିଛିଲା ଭାବେ ଲାଗୁ କରିବାକୁ ସେମାନେ ମାନନୀୟ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଏହା ସହିତ ସିନିୟର୍ ସେକ୍ସନ ଇଂଜିନିୟର ଙ୍କୁ ଆସିସଷ୍ଟାଣ୍ଟ ଇଞ୍ଜିନିୟର ଭାବେ ନାମକରଣ ପାଇଁ ଇଷ୍ଟ କୋଷ୍ଟ ରେଳୱେ ଇଂଜିନିୟର ଆସୋସିଏସନ୍ ( ଋଉକ୍ଟଜଋଇ ) ର ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ଦାଶ ପ୍ରସ୍ତାବ ଦେଇଛନ୍ତି । ଏଥିସହିତ ଜୁନିୟର ଇଞ୍ଜିନିୟର ଓ ସିନିୟର୍ ସେକ୍ସନ ଇଂଜିନିୟର ମାନଙ୍କୁ ଗ୍ରୁପ୍ ବି ଗେଜେଟେଡ ମାନ୍ୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।

ରେଲୱେ ଇଞ୍ଜିନିୟରଙ୍କ କଠିନ କାର୍ଯ୍ୟ ଓ ଉଚ୍ଚ ବୈଷୟିକ ଶିକ୍ଷାକୁ ସର୍ବାଧିକ ଗୁରୁତ୍ବ ନେଇ ବିଚାର କରିବା ଉଚିତ ବୋଲି ଲୋକସଭା ସଦସ୍ୟା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଆଲୋଚନା ସମୟରେ ମନ୍ତ୍ରୀଙ୍କୁ ବୁଝାଇ କହିଥିଲେ । ତେବେ ଏହି ସବୁ ଯୁକ୍ତିଯୁକ୍ତ ଦାବି ଗୁଡ଼ିକର ତୁରନ୍ତ ସୁବିଚାର କରିବାକୁ ରେଲ ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।

Get real time updates directly on you device, subscribe now.