fbpx

ରାଜ୍ୟରେ ଅମାନିଆଙ୍କ ଯୋଗୁଁ କମୁନି ସଂକ୍ରମଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମୁକାବିଲା ପାଇଁ ସରକାର ଯେତେ କଟକଣା ଲାଗୁ କଲେ ବି ମାନୁନାହାନ୍ତି ଲୋକେ । ଅମାନିଆଙ୍କ ଯୋଗୁଁ କରୋନା ସଂକ୍ରମଣ କମୁନଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ ସ୍ୱତନ୍ତ୍ର ଷ୍ଟ୍ରାଟେଜି ଆପଣାଯାଉଛି । ଅମାନିଆଙ୍କ ପାଇଁ ସଂକ୍ରମଣ ତଳ ମୁହାଁ ହେଉନାହିଁ । ଭୁବନେଶ୍ୱରରେ ସଂକ୍ରମଣ ବଢିବା ପାଇଁ ବିଭିନ୍ନ କାରଣ ରହିଛି ।’

ଆମେ ବାହାରକୁ ବାହାରି ସଂକ୍ରମଣ ବ୍ୟାପିବାକୁ ପ୍ରୋତ୍ସାହନ ଦେଉଛୁ । ବିଭିନ୍ନ ଜିଲ୍ଲାରୁ ଲୋକମାନଙ୍କ ଯିବାଆସିବା ସଂକ୍ରମଣ ବଢିବାର ପ୍ରମୁଖ କାରଣ । ବର୍ତ୍ତମାନର ସ୍ଥିତି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ହାଇକମିଟି ବୈଠକ ବସି ୩୦ ପରେ ନିଷ୍ପତ୍ତି ନିଆଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

Get real time updates directly on you device, subscribe now.