fbpx

ଜେନ-ଜେଡର ‘BORG’ ମଦ ପିଇବା ନେଇ ଚେତାବନୀ ଜାରି କଲେ ହେଲଥ ଏକ୍ସପର୍ଟ, ଜାଣନ୍ତୁ କଣ କହିଲେ

AAKASH

ନୂଆଦିଲ୍ଲୀ: ସାଧାରଣତଃ କଲେଜ ଯାଉଥିବା ପିଲାଙ୍କୁ ଜେନ ଜେଡ ମଦ ବହୁତ ପସନ୍ଦ । ହେଲେ ସାବଧାନ ହୋଇଯାଆନ୍ତୁ କାରଣ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାକୁ ନେଇ ‘BORG’ ପାଇଁ ଚେତାବନୀ ଜାରି କରିଛନ୍ତି । ନେସନାଲ କ୍ୟାପିଟାଲ ପଏଜନ ସେଣ୍ଟର ମୁତାବକ BORG ମଦ ସାଧାରଣତଃ ପାର୍ଟୀରେ ବ୍ୟବହାର ହୋଇଥାଏ । ଏହାକୁ ଲୋକମାନେ ଗ୍ୟାଲନ ଆକାରରେ ପ୍ଲାଷ୍ଟିକ ଜାରରେ ପିଅନ୍ତି ।

ନେସନାଲ କ୍ୟାପିଟାଲ ପଏଜନ ସେଣ୍ଟର ଅନୁସାରେ BORG ମଦ ସାଧାରଣ ଭାବେ ଛାତ୍ରଛାତ୍ରୀମାନେ ପିଅନ୍ତି । ଏହା ଯୁବକମାନଙ୍କ ମଧ୍ୟରେ ଡାର୍ଟିଜ ଭାବେ ଜଣାଶୁଣା, ଏହାକୁ ପିଇବାର ମଧ୍ୟ ଶୈଳୀ ମଧ୍ୟ ଅଲଗା । ଏହି ମଦକୁ କୌଣସି ଗ୍ଲାସ ବା ବୋତଲରେ ପିଆଯାଏ ନାହିଁ । ଏହାକୁ ଗ୍ୟାଲେନ ଆକାରର ପ୍ଲାଷ୍ଟିକ ଜଗରେ ଯେଉଁଥିରେ ଖାସ ମଦ ର ମିକଶ୍ଚର ହୋଇଥାଏ । ଏହି ଆଲକୋହଲ ବହୁତ ଶକ୍ତିଶାଳୀ ଅଟେ ।

ଭୋଡକା ବା କିଛି ଅନ୍ୟ ଆଲକୋହଲ ସହ ପାଣି ଏବଂ ନିଶାକୁ ବଢାଇବା ପାଇଁ କିଛି କେମିକାଲ ସହ ଏଥିରେ ଏକ ଇଲେକ୍ଟ୍ରୋଲାଇଟ ପାଉଡର ବା କିଛି ଅନ୍ୟ ଡ୍ରିଙ୍କସ ମିଶାଯାଇଥାଏ । ଯାହାକି ଏହାର ସ୍ୱାଦକୁ ଆହୁରି ବଢାଇଦେଇଥାଏ । ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହାକୁ ଜଗରେ ପିଇବା ପଛରେ କାରଣ ଏହା ଯେ, ଅନ୍ୟ ମ୍ୟାଟେରିଆଲ ତୁଳନାରେ ଅଧିକ ଆଲକୋହଲ ଥାଏ । ଏହା ଏତେ ଭୟଙ୍କର ହୋଇପାରେ ଯେ, ଏହାକୁ ପିଉଥିବା ଲୋକର ଜୀବନ ପ୍ରତି ବିପଦ ବଢିପାରେ ।

ଷ୍ଟେନଫୋର୍ଡ ମନୋଚିକିତ୍ସା ଏବଂ ବ୍ୟସନ ଚିକିତ୍ସା ପ୍ରଫେସର ଡା. ଅନ୍ନା ଲେମ୍ବକେ ସିଏନଏନକୁ କହିଛନ୍ତି ଯେ, ଏହି ମଦ ପିଇବା ଦ୍ୱାରା ବିପଦ ଅଧିକ ବଢିବା ସହ ଏହି ମଦ ବିଶାକ୍ତ ହୋଇପାରେ । ଏକ ବୋର୍ଗରେ ପାଞ୍ଚଟି (25.6 fluid ounces or 3.2 cups) ଭୋଡକା ଏବଂ ଅନ୍ୟ ହାଇ ଆଲକୋହଲ ରହିଥାଏ, ଯେଉଁଥିରେ ପାଖାପାଖି ୧୭ ମାନକ ଡ୍ରିଙ୍କ ରହିଥାଏ । ଏଥିରେ ବହୁମାତ୍ରାରେ ଆଲକୋହଲ ମଧ୍ୟ ଥାଏ । ଡାକ୍ତର ଲେମ୍ବକେ କହିଛନ୍ତି ଯେ, ଏହି ବୋର୍ଗ ଡ୍ରିଙ୍କର ବୃଦ୍ଧି ସାମାଜିକ ସଂକ୍ରମଣ ସହ ଟିକଟକ ପରି ସୋସିଆଲ ମିଡିଆ ଦ୍ୱାରା ପ୍ରସାରିତ ହୋଇଛି ।

Get real time updates directly on you device, subscribe now.