କମ୍ପାନୀରେ କାମ କରୁଥିବା 84% ଯୁବପିଢି ଏହି ରୋଗରେ ଆକ୍ରାନ୍ତ; ଗଭୀର ଚିନ୍ତା ପ୍ରକାଶ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନଡ୍ଡା, ପ୍ରଥମେ ଦେଖାଦିଏ ଏହି ଲକ୍ଷଣ…

ବର୍ତ୍ତମାନ ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟ ଉପରେ ସଙ୍କଟର କଳା ବାଦଲ ଘୋଟିବାରେ ଲାଗିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଚିନ୍ତା ପ୍ରକାଶ କରିଛନ୍ତି।

ନୂଆଦିଲ୍ଲୀ: ଭାରତ ଯୁବପିଢ଼ିଙ୍କ ଦେଶ । କିନ୍ତୁ ବର୍ତ୍ତମାନ ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟ ଉପରେ ସଙ୍କଟର କଳା ବାଦଲ ଘୋଟିବାରେ ଲାଗିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଚିନ୍ତା ପ୍ରକାଶ କରିଛନ୍ତି। ସଂସଦରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR)ର ଏକ ରିପୋର୍ଟକୁ ଉଦ୍ଧୃତ କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ହାଇଦ୍ରାବାଦରେ ଆଇଟି କ୍ଷେତ୍ରରେ କାମ କରୁଥିବା 84% ରୁ ଅଧିକ ଲୋକ ଫ୍ୟାଟି ଲିଭରରେ ପୀଡିତ।

ଏହି ଲୋକଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ 25 ରୁ 45 ବର୍ଷ ମଧ୍ୟରେ। ଯୁବପିଢ଼ିଙ୍କ ମଧ୍ୟରେ ଫ୍ୟାଟି ଲିଭର ବଢିବାର କାରଣ ଡେସ୍କ ଚାକିରି ଏବଂ ଖରାପ ଜୀବନଶୈଳୀ ବୋଲି କୁହାଯାଉଛି। ଜାଣନ୍ତୁ ଫ୍ୟାଟି ଲିଭରର ଲକ୍ଷଣ କ’ଣ ଏବଂ ଫ୍ୟାଟି ଲିଭର କେତେ ବିପଦପୂର୍ଣ୍ଣ?

ଫ୍ୟାଟି ଲିଭରର ପ୍ରଥମ ଲକ୍ଷଣ

ପ୍ରାରମ୍ଭରେ ଫ୍ୟାଟି ଲିଭରର ଲକ୍ଷଣ ବହୁତ ସାଧାରଣ। ବିନା ପରୀକ୍ଷାରେ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର। କିନ୍ତୁ ଏକ ବହୁତ ସାଧାରଣ ଲକ୍ଷଣ ଅଛି, ଯାହା ଦ୍ୱାରା ଫ୍ୟାଟି ଲିଭର ଚିହ୍ନଟ କରିହୁଏ। ଏହା ହେଉଛି ଆପଣଙ୍କ ପେଟ ଏବଂ କଟି ଚାରିପାଖରେ ବଢୁଥିବା ଚର୍ବି । ଯଦି ଆପଣଙ୍କ ପେଟ ବାହାରି ଯାଉଛି ଏବଂ ଆପଣ ମୋଟା ହେବାକୁ ଲାଗୁଛନ୍ତି, ତେବେ ବୁଝିନିଅନ୍ତୁ ଯେ ଫ୍ୟାଟି ଲିଭର ଆରମ୍ଭ ହୋଇସାରିଛି। ଯଦି ଆପଣଙ୍କ ବେକର ସାଇଜ ବୃଦ୍ଧି ପାଉଛି ଏବଂ ବେକ କଳା ହେବାକୁ ଲାଗୁଛି । ତେବେ ଏହା ଟ୍ୟାନିଂ ନୁହେଁ ବରଂ ଫ୍ୟାଟି ଲିଭର ଯୋଗୁଁ ହୋଇପାରେ। ଯେତେବେଳେ ଶରୀର ଭିତରେ ଚର୍ବି ବଢ଼ିବାକୁ ଲାଗେ, ଏହା ଆପଣଙ୍କ ଲିଭର, ପାନକ୍ରିଆଜ୍ ଏବଂ ପେଟ ଭଳି ସ୍ଥାନରେ ଚର୍ବି ବୃଦ୍ଧି କରିବାକୁ ଲାଗେ।

ଫ୍ୟାଟି ଲିଭରର ଲକ୍ଷଣ

1- ଭୋକ ନ ଲାଗିବା

2- ହଳଦିଆ ଦେଖାଯିବା

3- ଗାଢ଼ ରଙ୍ଗର ପରିସ୍ରା

4- ପେଟ ଏବଂ ଗୋଡ ଫୁଲିବା

5- ଖାଦ୍ୟ ପରେ ବାନ୍ତି ହେବା

ଫ୍ୟାଟି ଲିଭର କେତେ ବିପଦପୂର୍ଣ୍ଣ?

ଲୋକେ ଫ୍ୟାଟି ଲିଭରକୁ ହାଲୁକା ଭାବରେ ନେଉଛନ୍ତି। ସମସ୍ତଙ୍କଠାରେ ଫ୍ୟାଟି ଲିଭର ଦେଖାଯାଉଛି କହି ଲୋକମାନେ ଏହାକୁ ଅଣଦେଖା କରନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫ୍ୟାଟି ଲିଭର ଶରୀରରେ ରୋଗର ଏକ ଜାଲ ବୁଣିବା ଆରମ୍ଭ କରେ।

ଏହା ଶରୀରର ଅନ୍ୟ ଅଂଶ ଉପରେ ଖରାପ ପ୍ରଭାବ ପକାଏ

1-ଯେତେବେଳେ ଲିଭର ଚର୍ବିରେ ଭରିଯାଏ, ଏହି ଚର୍ବି ରକ୍ତରେ ପହଞ୍ଚିଯାଏ। ଏହା ହାଇ କୋଲେଷ୍ଟ୍ରଲର ସମସ୍ୟା ସୃଷ୍ଟି କରେ। 2- ଫ୍ୟାଟି ଲିଭର ହେବା ଦ୍ବାରା ହୃଦୟରେ ଚର୍ବି ଜମା ହେବାକୁ ଲାଗେ । ଫଳରେ ହୃଦରୋଗର ସମସ୍ୟା ବୃଦ୍ଧି କରେ।

3- ଯଦି ଏହି ଚର୍ବି ମସ୍ତିଷ୍କକୁ ଯାଏ, ତେବେ ଏହା ବ୍ରେନ ଷ୍ଟ୍ରୋକର ଆଶଙ୍କା ସୃଷ୍ଟି କରେ।

4- ଯଦି ଚର୍ବି ପିତ୍ତକୋଷ ବା ଗଁଲବ୍ଲାଡରକୁ ଯାଏ, ତେବେ ଏହା ସେଠାରେ ଷ୍ଟୋନ ସୃଷ୍ଟି କରେ।

5- ଯଦି ଚର୍ବି କିଡନୀକୁ ଯାଏ, ତେବେ ଏହା କିଡନୀ କାର୍ଯ୍ୟ ବା ଫଙ୍କସନକୁ ପ୍ରଭାବିତ କରେ।

ତେଣୁ, ଶରୀରରେ ବଢୁଥିବା ସମସ୍ତ ରୋଗର ମୁଖ୍ୟ ବା ମୂଳ କାରଣ ହେଉଛି ଫ୍ୟାଟି ଲିଭର।