fbpx

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ; ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଓଟିଟି ମଞ୍ଚରେ ତମାଖୁର ବିଜ୍ଞାପନକୁ ନେଇ ସଂଶୋଧିତ ନିୟମ ଜାରି

Advertisement

ନୂଆଦିଲ୍ଲୀ: ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ‘ଓଭର ଦି ଟପ’ ବା ଓଟିଟି ମଂଚରେ ତମାଖୁର ପ୍ରଚାର ପ୍ରସାର ଉପରେ ଅଙ୍କୁଶ ଲଗାଯାଇଛି। ସିଗାରେଟ୍‍ ଓ ଅନ୍ୟ ତମାଖୁ ଉତ୍ପାଦ ବିଜ୍ଞାପନ ନିଷେଧ ଓ ବାଣିଜ୍ୟ ନିୟାମକ, ଉତ୍ପାଦନ, ଯୋଗାଣ ଓ ବଣ୍ଟନ ସଂଶୋଧିତ ନିୟମ-୨୦୨୩ ଜାରି କରିଛନ୍ତି। ଏହି ବିଜ୍ଞପ୍ତି ଅନୁଯାୟୀ, ତମାଖୁ ବିରୋଧୀ ବାର୍ତ୍ତାଗୁଡ଼ିକ କାର୍ଯ୍ୟକ୍ରମର ଆରମ୍ଭରୁ କିମ୍ବା କାର୍ଯ୍ୟକ୍ରମ ମଝିରେ ଓଟିଟି ମଞ୍ଚଗୁଡ଼ିକ ପ୍ରସାରଣ କରିବେ ବୋଲି କୁହାଯାଇଛି।

ତମାଖୁ ସେବନ ଦ୍ୱାରା ସ୍ୱାସ୍ଥ୍ୟପ୍ରତି ହେଉଥିବା ବିପଦ ଓ କ୍ଷତି ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ପ୍ରତିବର୍ଷ ମେ’ ୩୧ରେ ଏହି ଦିବସ ପାଳନ କରାଯାଇ ଆସୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୧୯୮୭ ମସିହାରୁ ତମାଖୁ ବର୍ଜନ ଦିବସ ପରିକଳ୍ପନା କରିଥିଲା । ଚଳିତବର୍ଷ ଏହି ଦିବସର ପାଳନର ବାର୍ତ୍ତା ହେଉଛି ‘ତମାଖୁ ନୁହେଁ ଖାଦ୍ୟ ଦରକାର।’

 

Get real time updates directly on you device, subscribe now.