fbpx
BSKY SKY
BSKY SKY

ସାବଧାନ! ଟଏଲେଟ୍‌ରେ କରୁଛନ୍ତି କି ମୋବାଇଲ ଫୋନ୍‌ର ବ୍ୟବହାର, ଏହିସବୁ ବଡ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହେବେ

BSKY

ଓଡ଼ିଶା ଭାସ୍କର: ମୋବାଇଲ ଫୋନ୍ ଆଜି ସମସ୍ତଙ୍କ ଲାଗି ଅତ୍ୟନ୍ତ ଆବଶ୍ୟକୀୟ ଜିନିଷ ପାଲଟିଯାଇଛି । ଏବେ ଆମେ ଗୋଟିଏ ମୁହୂର୍ତ୍ତ ବି ମୋବାଇଲ ଫୋନ୍ ଠାରୁ ଦୂରେଇ ରହିପାରୁନାହୁଁ । ଶୋଇବା ପୂର୍ବରୁ ଆଖିକୁ ନିଦ ନ ଆସିବା ପର୍ଯ୍ୟନ୍ତ ଆମେ ଏଥିରେ ରିଲ୍ସ ସ୍କ୍ରୋଲ କରିଥାଉ । ତେବେ ଏପରି ଭୁଲ୍ ଥରେ କି ୨ ଥର କରିବା ତ ଠିକ୍ କିନ୍ତୁ ଏହା ଏକ ଅଭ୍ୟାସରେ ପରିଣତ ହୋଇଗଲା ପରେ ଆପଣ ଏହାକୁ ଟଏଲେଟ୍ ବି ନେଇଯିବାକୁ ପଛାନ୍ତି ନାହିଁ । ଯଦି ଆପଣ ବି ଏପରି କରୁଛନ୍ତି ତେବେ ଜାଣିନିଅନ୍ତୁ ଏହାଦ୍ୱାରା କ’ଣ କ୍ଷତି ହୋଇଥାଏ ।

ଟଏଲେଟ୍‌ରେ ବସିବା ସମୟରେ ମୋବାଇଲ ଫୋନ୍ ବ୍ୟବହାର କରିବା ସ୍ୱାସ୍ଥ୍ୟ ସହ ଖେଳିବା ସହ ସମାନ । ଟଏଲେଟ୍‌ରେ ବିଭିନ୍ନ ପ୍ରକାର ଜୀବାଣୁ ଥାଆନ୍ତି । ଏଣୁ ଆପଣ ଯେତେବେଳେ ଏଠାରେ ଫୋନ୍‌ରେ କଥା ହୋଇଥାନ୍ତି ସେତେବେଳେ ବହୁ ଜୀବାଣୁ ଫୋନ୍ ମଧ୍ୟକୁ ଚାଲି ଆସନ୍ତି । ଫଳରେ ଆପଣ ଖୁବ୍ ସହଜରେ ଏହି ଜୀବାଣୁ ସଂସ୍ପର୍ଶରେ ଆସିଯାଆନ୍ତି । କାରଣ ମୋବାଇଲ ଏକ ଏପରି ଜିନିଷ ଯାହାକୁ ଆପଣ ଧୋଇ ପରିଷ୍କାର କରିପାରିବେ ନାହିଁ । ଫଳରେ ଏହି ଜୀବାଣୁ ଆପଣଙ୍କ ଶରୀର ମଧ୍ୟରେ ପ୍ରବେଶ କରି ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି କରିଥାଏ ।

ଯେତେବେଳେ ଲୋକମାନେ ଟଏଲେଟ୍‌କୁ ମୋବାଇଲ ଫୋନ୍ ନେଇ ଯାଇଥାନ୍ତି ସେତେବେଳେ ସେମାନେ ଏଠାରେ ବହୁତ ସମୟ ବିତାଇଥାନ୍ତି । ଅଧିକ ସମୟ ଟଏଲେଟ୍‌ରେ ବସି ରହିବା ଦ୍ୱାରା ମାଂସପେଶୀରେ ଟାଇଟ୍ ହେବା ସହ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ମଧ୍ୟ ହୋଇପାରେ । ଏହାସହିତ ଫୋନ୍‌ରେ ବିଜି ରହି ଆପଣ ଠିକ୍ ଭାବରେ ଫ୍ରେଶ୍ ବି ହୋଇପାରନ୍ତି ନାହିଁ ।

ଏକ ଅଧ୍ୟୟନରୁ ଜଣାଯାଇଛି କି ଟଏଲେଟରେ ଫୋନ୍ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ବି ପ୍ରଭାବ ପଡିଥାଏ । ଏହି ସମୟରେ ଆପଣ ଯେଉଁ ସମୟ ନିଜର କିଛି କାମ ବିଷୟରେ ଚିନ୍ତା କରି ପାରିଥାନ୍ତେ ସେହି ସମୟ ଫୋନ୍‌ରେ ଦେଇଥାନ୍ତି । ଫଳରେ ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ବ୍ୟତିତ ଏହି ଅଭ୍ୟାସ କାରଣରୁ ଆପଣ କୋଷ୍ଠକାଠିନ୍ୟର ବି ଶିକାର ହୋଇପାରନ୍ତିି । ଏହା ସହିତ ଅଧିକ ସମୟ ଟଏଲେଟରେ ବସି ରହିବା ଦ୍ୱାରା ଆପଣଙ୍କ ମଳାଶୟ ଉପରେ ବି ଚାପ ପଡିଥାଏ । ଫଳରେ ଆପଣ ପାଇଲ୍ସର ବି ଶିକାର ହୋଇପାରନ୍ତି ।

Get real time updates directly on you device, subscribe now.