fbpx

ପିରିୟଡସ୍ ସମୟରେ ସେବନ କରନ୍ତୁ ଏହି ଖାଦ୍ୟ; କଷ୍ଟରୁ ତୁରନ୍ତ ମିଳିବ ମୁକ୍ତି

ମହିଳାମାନେ ପ୍ରତି ମାସରେ ପିରିୟଡସ୍ ଅର୍ଥାତ୍ ଋତୁସ୍ରାବ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଏହି ସମୟରେ ମହିଳା ମାନଙ୍କଠାରେ ଚିଡ଼ିଚିଡ଼ା ପଣ, ପେଟ ଯନ୍ତ୍ରଣା, ଅଣ୍ଟାରେ ଯନ୍ତ୍ରଣା ଆଦି ସମସ୍ୟା ଦେଖା ଦେଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମହିଳାମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । ଫଳରେ କିଛି ମହିଳାଙ୍କ କ୍ଷେତ୍ରରେ ଏହା ସେମାନଙ୍କ ପିରିୟଡସ୍ ଯନ୍ତ୍ରଣାରୁ ଅଳ୍ପ  ମାତ୍ରାରେ ମୁକ୍ତି ଦେଇଥିବା ବେଳେ ଆଉ କେତକ ମହିଳାଙ୍କ କ୍ଷେତ୍ରରେ ତାହା କୌଣସି ପ୍ରଭାବ ପକାଇ ନଥାଏ । ଫଳରେ ସେହି ମହିଳାମାନେ ପିରିୟଡସ୍ ସମୟରେ ଅନେକ ଯନ୍ତ୍ରଣା ସହ୍ୟ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏପରି କିଛି ଖାଦ୍ୟ ଅଛି ଯାହାକୁ ସେବନ କରିବା ଦ୍ୱାରା ପିରିୟଡସ୍ ସମୟରେ ହେଉଥିବା ଯନ୍ତ୍ରଣାରୁ ତୁରନ୍ତ ମୁକ୍ତି ଦେବ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଖାଦ୍ୟ ବିଷୟରେ । ଯାହାକୁ ମହିଳାମାନେ ନିଜ ନିଜ ଡାଇଟ୍ ରେ ସାମିଲ କରିବା ନିହାତି ଜରୁରୀ ।

ସବୁଜ ପନିପରିବା: ପିରିୟଡସ୍ ସମୟରେ ରକ୍ତ ହ୍ରାସ ହେତୁ ଶଶୀରରେ ଆଇରନ୍ ଅଭାବ ଦେଖାଯାଇଥାଏ । ଏହି କାରଣରୁ ଶରୀର ଦୁର୍ବଳ ହୋଇଯାଇଥାଏ । ତେବେ ଏକ୍ସପର୍ଟଙ୍କ କହିବା ମୁତାବକ ଦୁର୍ବଳ କାରଣରୁ ପିରିୟଡସ୍ ମସୟରେ ଯନ୍ତ୍ରଣା ଆହୁରୀ ବଢିଯାଏ । ତେଣୁ ଏହି ସମୟରେ ଖାଦ୍ୟରେ ସବୁଜ ପନିପରିବା ସାମିଲ କରିବା ଆବଶ୍ୟକ । ଯାହା ଫଳରେ ଏହା ଆପଣଙ୍କ ଯନ୍ତ୍ରଣାରୁ ତୁରନ୍ତ ମୁକ୍ତି ଦେବ ।

ଚକୋଲେଟ୍: ଚକୋଲେଟ ଏପରି ଏକ ଖାଦ୍ୟ, ଯାହା ସମସ୍ତଙ୍କୁ ଖାଇବାକୁ ଭଲ ଲାଗିଥାଏ । ତେବେ ପିରିୟଡସ୍ ସମୟରେ ଚକୋଲେଟ ଖାଇଲେ ଏହା ପିଏମଏସ ଲକ୍ଷଣ ସହ ଲଢ଼ିବାରେ ସହାଯ୍ୟ କରିଥାଏ । ତେବେ ପିରିୟଡସ୍ ସମୟରେ ଯନ୍ତ୍ରଣା କମ୍ କରିବା ଲାଗି ଏପରି ଚକୋଲେଟ ଖାଆନ୍ତୁ ଯେଉଁଥିରେ ୮୫% କୋକୋଆ ଥିବ । ଯାହା ଆପଣଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦେବ ।

ଆଦା: ପିରିୟଡସ୍ ସମୟରେ ମହିଳାମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଫଳରେ ସେମାନଙ୍କ ଠାରେ ଚିଡିଚିଡା ପଣ ପେଟ ଯନ୍ତ୍ରଣା ଆଦି ଲକ୍ଷଣ ଦେଖାଇଥାଏ । ତେଣୁ ଏହି ସମୟରେ ମହିଳାମାନେ ଅଦା ସେବନ କରିବା ବହୁତ ଲଭ ଦାୟକ ହୋଇଥାଏ । ଏହା ଯନ୍ତ୍ରଣାକୁ କମ୍ କରିବା ସହ ପେଟଫୁଲାକୁ ମଧ୍ୟ କମ୍ କରିଥାଏ ।

ଅଣ୍ଡା: ପିରିୟଡସ୍ ସମୟରେ ଋତପସ୍ରାବ କାରଣରୁ ଶରୀରରେ କ୍ୟାଲସିୟମ୍ ଏବଂ ଭିଟାମିନସ୍ କମିଯାଇଥାଏ । ଫଳରେ ଥକାପଣ ଏବଂ ଚିଡିଚିଣାପଣ ଆଦି ଦେଖାଦେଇଥାଏ । ତେଣୁ ଏହି ସମୟରେ ମହିଳାମାନେ ଅଣ୍ଡା ସେବନ କରିବା ନିହାତୀ ଜରୁରୀ କାରଣ ସେଥିରେ ଅନେକ ଶକ୍ତି ଭରି ରହିଥାଏ । ଏଥିସହିତ ଭିଟାମିନ୍-ସି, ଭିଟାମିନ୍-ଡି ଏବଂ ଭିଟାମିନ୍- ଇ ମଧ୍ୟ ରହିଥାଏ । ଯାହା ଶରୀରରେ ଚିଡଚିଡ଼ାପଣ ଏବଂ ଥକାପଣ କମାଇଥାଏ ।

ହଳଦୀ: ପିରିୟଡସ୍ ସମୟରେ ଅନେକ ମହିଳା ଅଧିକ ଯନ୍ତ୍ରଣାରସ ସମ୍ମୁଖୀନ ହୋଇଥାନ୍ତି । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମହିଳାମାନେ ନିଦ ଖାଦ୍ୟରେ ହଳଦୀକୁ ସାମିଲ କରୁନ୍ତୁ । ଫଳରେ ଏହା ଆପଣଙ୍କୁ ଯନ୍ତ୍ରମାରୁ ମୁକ୍ତି ଦେବ । ତେବେ କ୍ଷୀରରେ ହଳଦୀ ମିଶାଇ ସେବନ କରିବା ଦ୍ୱାରା ଏହା ଶରୀରକୁ ଆରାମ ଦେବା ସହ କଷ୍ଟରୁ ମୁକ୍ତି ଦେଇଥାଏ ।

Get real time updates directly on you device, subscribe now.