fbpx
BJD SKY
BJD SKY

ଟିଟାନାସ ବଦଳରେ ରୋଗୀଙ୍କୁ ଦେଲେ କୁକୁର କାମୁଡା ଇଞ୍ଜେକସନ୍; ଚିକିତ୍ସାଳୟରେ ଉତ୍ତେଜନା

BJD

ବାଲେଶ୍ୱର: ଟିଟାନାସ ଇଂଜେକସନ୍ ବଦଳରେ ଦେଲେ କୁକୁର କାମୁଡା ଇଂଜେକସନ୍ । ଘଟଣାକୁ ନେଇ ସ୍ପିଟାଲ୍ ପରିସରରେ ଲାଗି ରହିଛି ଉତ୍ତେଜନା । ତେବେ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଧିନ ବାଉଁଶବଣିଆ ପଞ୍ଚାୟତ ଛୋଟ କାନପୁର ଗଣେଶ୍ୱର ସେଠି ଙ୍କ ୧୨ ବର୍ଷୀୟ ପୁଅ ହାତ କାଟିବା ପରେ ନୀଳଗିରି ଉପଖଣ୍ଡ ହସ୍ପିଟାଲ ରେ ଭର୍ତ୍ତି ହୋଇଛି । ଘଟଣା ପରେ ପରିବାର ଲୋକେ ହସ୍ପିଟାଲ ଆସି ଟିକେଟ କାଟି ପୁଅକୁ ଡାକ୍ତର ଙ୍କୁ ଦେଖାଇଥିଲେ । ହେଲେ ଫାର୍ମାସିଷ୍ଟ ଜଣଙ୍କ ଟିଟାନାସ ନଦେଇ କୁକୁର କାମୁଡା ଇଂଜେକସନ୍ ଦେଇଥିବା ଜଣାପଡ଼ିଛି । ପରେ ଭୁଲ ବୁଝି ତାଙ୍କ ଠାରୁ ପୁରୁଣା ପ୍ରେସକ୍ରିପସନ ଛଡାଇ ନେଇ ନୂଆ କାଟି ପୁଣି ପ୍ରେସକିପସନ କରି ଥିଲେ । ଭୁଲ ଇଞ୍ଜେକସନ୍ ଦିଆ ଯାଇଥିବା ଜାଣିବା ପରେ ପରିବାର ଲୋକେ ହୋହଲ୍ଲା କରିଥିଲେ । ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଲାଗି ରହିଛି ।

Get real time updates directly on you device, subscribe now.