fbpx
BSKY
BJD YOUTH SKY
BJD MS SKY

ଶରୀରକୁ ସୁସ୍ଥ ରଖିବା ପାଇଁ ବିବାହିତ ପୁରୁଷମାନେ ଖାଆନ୍ତୁ ଏହି ୩ ଜିନିଷ: ଜାଣନ୍ତୁ କ’ଣ

ଆଜିକାଲି ଖରାପ ଲାଇଫଷ୍ଟାଇଲ ଯୋଗୁଁ ଲୋକମାନେ ମୋଟା ହେବାରେ ଲାଗିଛନ୍ତି । ବାହାଘର ପରେ ନିଜକୁ ଫିଟ୍ ଓ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ପୁରୁଷ ଚାହାଁନ୍ତି । କାହିଁକି ନା ଫିଟ ରହିବା ଦ୍ୱାରା ଶରୀରରେ ଦୁର୍ବଳ ଅନୂଭବ ହୋଇନଥାଏ, ଫଳରେ ବୈବାହିକ ଜୀବନ ସୁଖମୟ ହୋଇଥାଏ । ଏହି କାରଣରୁ ଆଜିକାଲିର ବ୍ୟସ୍ତ ଜୀବନ ଭିତରେ ଲୋକମାନେ ନିଜକୁ ଫିଟ୍ ରଖିବାକୁ ଚାହାଁନ୍ତି । ଖାସ୍ କରି ପୁରୁଷମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି ।

ଏପରି ପରିସ୍ଥିତିରେ ୩ଟି ଜିନିଷ ଖାଇବା ଦ୍ୱାରା ପୁରୁଷଙ୍କୁ ଅଦ୍ଭୁତ ଫାଇଦା ମିଳିଥାଏ । ଏହି ୩ଟି ଜିନିଷ ଆପଣଙ୍କୁ ସୁସ୍ଥ ରଖିବା ସହ ଅନେକ ରୋଗରୁ ବି ରକ୍ଷା କରିଥାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ଶାରୀରିକ ଦୁର୍ବଳତା ଦୂର ହୋଇଥାଏ ଓ ଶକ୍ତି ବଢ଼ିଥାଏ । କାହିଁକି ନା, ଏଥିରେ ପ୍ରୋଟିନ୍, ପୋଟାସିୟମ୍ ଓଏହିପରି ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ପୁରୁଷଙ୍କ ପାଇଁ ଉପକାରୀ ।

ଦେଶୀ ଘିଅ:-
ଦେଶୀ ଘିଅ ଏପରି ଏକ ଦେଶୀ ଖାଦ୍ୟ, ଯାହାକି ପ୍ରାୟ ପ୍ରତ୍ୟେକ ଘରେ ମିଳିଥାଏ । କିନ୍ତୁ ଆପଣ ଜାଣନ୍ତି କି ଘିଅ ଖାଇବା ପୁରୁଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । ଏହିପରି ଅନେକ ପୋଷକ ତତ୍ତ୍ୱ ଘିଅରେ ମିଳିଥାଏ, ଯାହା ପୁରୁଷମାନଙ୍କ ପାଇଁ ଜରୁରୀ । ଘିଅରେ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ସେକ୍ସୁଆଲ ହେଲଥକୁ ବଢ଼ାଇବା ତତ୍ତ୍ୱ ରହିଛି, ଯାହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଶରୀରର ହାଡଗୁଡ଼ିକ ଶକ୍ତିଶାଳୀ କରିଥାଏ । ସେଥିପାଇଁ ପୁରୁଷମାନଙ୍କୁ ସବୁବେଳେ ଘିଅ ଖାଇବାକୁ ପରାମର୍ଶ ଦିଆଯାଏ ।

ବୁଟ:-
ବୁଟ ବି ଏକ ସାଧାରଣ ଖାଦ୍ୟ ଯାହା ପ୍ରତ୍ୟେକ ଘରେ ମିଳିଥାଏ । ପୁରୁଷମାନଙ୍କୁ ଏହା ଅନେକ ଫାଇଦା ଦେଇଥାଏ । ଯଦି ଆପଣ ପ୍ରତିଦିନ ସକାଳେ ମୁଠାଏ ବୁଟ ଖାଆନ୍ତି, ତେବେ ଆପଣଙ୍କୁ ଜବରଦସ୍ତ ଫାଇଦା ମିଳିଥାଏ । ପୁରୁଷ ଶକ୍ତି ବୃଦ୍ଧିରେ ବୁଟ ସହାୟକ ହୁଏ । ଦୁର୍ବଳ ପୁରୁଷଙ୍କ ପାଇଁ ଡାକ୍ତରମାନେ ମଧ୍ୟ ବୁଟ ଖାଇବାକୁ ପରାମର୍ଶ ଦିଅନ୍ତି କାରଣ ଡାକ୍ତରୀ ରିସର୍ଚ୍ଚ ହିସାବରେ ମଧ୍ୟ ପ୍ରକାଶ ପାଇଛି ଯେ, ଦୈନିକ ବୁଟ ଖାଇବା ଦ୍ୱାରା ପୁରୁଷଙ୍କ ଶରୀରକୁ ଜବରଦସ୍ତ ଫାଇଦା ମିଳିଥାଏ । ତେଣୁ ପୁରୁଷମାନଙ୍କୁ ବୁଟ ଖାଇବାକୁ ପରାମର୍ଶ ଦିଆଯାଇଛି ।

କଦଳୀ:-
କଦଳୀ ଏପରି ଏକ ଫଳ, ଯାହା ପୁରୁଷମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଯଦି ପୁରୁଷମାନେ ନିଜକୁ ଫିଟ୍ ଓ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ସେମାନେ ନିୟମିତ ଭାବରେ କଦଳୀ ଖାଇବା ଉଚିତ୍ । କାରଣ କଦଳୀରେ ବ୍ରୋମେଲାଇନ୍ ଏନଜାଇମ୍ ପୋଷକ ତତ୍ତ୍ୱ ଥାଏ, ଯାହା ଶରୀରରେ ଶକ୍ତିହୀନତା ଓ ଏନଜାଇମ୍ ଲିବିଡୋକୁ ବଢ଼ାଇଥାଏ । କଦଳୀ ଖାଇବା ଦ୍ୱାରା ପୁରୁଷଙ୍କ ଶରୀର ଶକ୍ତିଶାଳୀ ହୋଇଥାଏ ଓ ଶରୀରରେ ଫିଟନେସ୍ ବଜାୟ ରହେ । ଏପରି ପରିସ୍ଥିତିରେ ପୁରୁଷମାନଙ୍କୁ କଦଳୀ ଖାଇବାକୁ ପରାମର୍ଶ ଦିଆଯାଇଛି । ଆପଣ ଦିନକୁ ଗୋଟିଏ କିମ୍ବା ଦୁଇଟି କଦଳୀ ଖାଇବା ନିହାତି ଜରୁରୀ ।

Get real time updates directly on you device, subscribe now.