fbpx
BSKY SKY
BSKY SKY

(Video) ‘ପତଲୀ କମରିୟା’ ରେ ରିଲ କରି ଫସିଗଲେ ୪ ମହିଳା କନଷ୍ଟେବଳ: ଚାକିରିରୁ ସସପେଣ୍ଡ୍

BSKY

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ଡ୍ୟାନ୍ସ ଟ୍ରେଣ୍ଡରେ ଭିଡିଓ କରିବା ଲୋକଙ୍କୁ ବହୁତ ପସନ୍ଦ । ଏହାର ପାଗଳାମୀ ପୋଲିସ ଅଧିକାରୀଙ୍କଠାରେ ମଧ୍ୟ ଦେଖିବାକୁ ମିଳୁଛି, ଯାହାର ପରିଣାମ ସ୍ୱରୂପ ତାଙ୍କୁ ଚାକିରିରୁ ବିଦା ହେବାକୁ ପଡ଼ିଥାଏ । ଏପରି ଏକ ଭିଡିଓ ୪ ମହିଳା କନଷ୍ଟେବଳଙ୍କ ଭାଇରାଲ ହୋଇଛି, ଯେଉଁମାନେ ଡ୍ୟୁଟିରେ ଥିବା ସମୟରେ ‘ପତଲୀ କମରିୟା ମୋରୀ’ରେ ଡ୍ୟାନ୍ସ କରୁଥିଲେ ।

ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି, ଯେଉଁଥିରେ ଅଯୋଧ୍ୟାର ୪ ମହିଳା କନଷ୍ଟେବଳଙ୍କୁ ଭୋଜପୁରୀ ଗୀତ ‘ପତଲୀ କମରିୟା ମୋରୀ’ ଜୀତରେ ନାଚୁଥିବା ଦେଖିବାକୁ ମିଳିଛି । ଅଯୋଧ୍ୟାରେ ରାଜ ଜନ୍ମଭୂମି ସ୍ଥାନର ସୁରକ୍ଷା ବ୍ୟବସ୍ଥାରେ ନିଯୁକ୍ତ ଥିବା ସମୟରେ ୪ ମହିଳା କନଷ୍ଟେବଳଙ୍କୁ ଭୋଜପୁରୀ ଗିତରେ ରିଲ କରିବା ମହଙ୍ଗା ପଡ଼ିଛି । ଭିଡିଓ ଅନଲାଇନରେ ସାମ୍ନାକୁ ଆସିବା ପାରେ ସେମାନଙ୍କୁ ନିଲମ୍ବିତ କରାଯାଇଛି । ଭାଇରାଲ ଭିଡିଓରେ ଜଣେ କନଷ୍ଟେବଳ ନାଚୁଥିବା ସମୟରେ ଆଉ ୨ ଜଣ ବସିକରି ତାଙ୍କୁ ଚିୟର୍ସ କରୁଥିବା ଦେଖିବାକୁ ମିଳିଛି । ଆଉ ଜଣେ ମହିଳା କନଷ୍ଟେବଳ କ୍ୟାମେରା ପଛରେ ରହି ଏହାକୁ ରେକର୍ଡିଂ କରୁଥିଲେ ।

ତେବେ ଏହି ଭିଡିଓ ପ୍ରାୟ ଗୋଟିଏ ସପ୍ତାହ ପୁରୁଣା । ପୋଲିସ କର୍ମୀ ଡ୍ୟାନ୍ସ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାରରାଲ ହେବାରେ ସୂଚନା ଅଯୋଧ୍ୟାର ଏସଏସପି ସୁନିରାଜଙ୍କୁ ହୋଇଥିଲା । ୧୫ ଡିସେମ୍ବରରେ ଏସଏସପି ଏକ ରିପୋର୍ଟ ଆଧାରରେ କନଷ୍ଟେବଳ କବିତା ପଟେଲ, କାମିନି କୁଶୱାହା, କଶିଶ ସାହନୀ ଓ ସନ୍ଧ୍ୟା ସିଂହଙ୍କୁ ନିଲମ୍ବିତ କରିବାର ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.