fbpx

Video; ମହିଳାଙ୍କ ବଂଶୀ ସ୍ୱର ଶୁଣି ନିଜକୁ ସମ୍ଭାଳି ପାରିଲେନି ବାଛୁରୀ ପଲ, ମା’କୁ ଛାଡ଼ି ଦୌଡ଼ି ଆସିଲେ ପାଖକୁ

ଓଡ଼ିଶା ଭାସ୍କର: ବଂଶୀକୁ ନେଇ ରହିଛି ଅନେକ କିମ୍ୱଦନ୍ତୀ । ଯେତେ ବାଦ୍ୟ ଅଛି ସବୁଠୁ ଅଧିକ ମଧୁର ଲାଗେ ବଂଶୀର ସ୍ୱର । ସତରେ ଏ ମୁରଲିର ସ୍ୱର ଏତେ ନିଆରା । ଦ୍ୱାପରରେ ଯେତେବେଳେ କାହ୍ନା ବେଶରେ ଭଗବାନ ବିଷ୍ନୁ ବଂଶୀ ବାଦନ କରୁଥିଲେ ସାରା ସୃଷ୍ଟି ଯେମିତି ନାଚି ଯାଉଥିଲା । ଗୋପର ଯେତେ ନର, ନାରୀ, କିନ୍ନର, ଗୋବତ୍ସା ସମସ୍ତେ ମୁଗ୍ଧ ହୋଇ ଶୁଣନ୍ତି । ଆଜି ବି ସେମିତି ମଧୁର ସ୍ୱର ଦେଉଛି ବଂଶୀ । ବଂଶୀ ବାଦନର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ । ହେଲେ ଆଜି ଯେଉଁ ଭିଡିଓ ଆମେ ଦେଖେଇବୁ ଆଗରୁ କେବେ ଦେଖି ନ ଥିବେ ।

ଜଣେ ମହିଳା ଏକ ଗୋଶାଳାରେ ଯାଇ ବଂଶୀ ବଜାଉଛନ୍ତି । ତାଙ୍କ ବଂଶୀର ସ୍ୱର ଏତେ ମଧୁର ଶୁଭୁଛି ଯେ ସେ ଗୋଶାଳାରେ ଯେତେ ବାଛୁରୀ ଅଛନ୍ତି, ସମସ୍ତେ ଅସ୍ଥିର ହୋଇ ପଡ଼ୁଛନ୍ତି, ହମ୍ୱା ରଡ଼ି ଦେଉଛିନ୍ତି । ଆଉ ଜଣ ଜଣ କରି ସମସ୍ତେ ସେ ମହିଳାଙ୍କ ନିକଟକୁ ଚାଲି ଆସୁଛନ୍ତି । ଏଦୃଶ୍ୟ ଦେଖିଲେ ମନେହବ ବଂଶୀ/ବାଛୁରୀ ମାନଙ୍କର ଗୋପରେ ବିତିଥିବା କଥା ମନେ ପଡ଼ିଯାଉଛି । ଏହି ବଂଶୀର ସ୍ୱର ଯିଏ କେହି ବି ଶୁଣୁଛି ସେ ଟିକେ ନ ଦେଖି ରହି ପାରୁନି ।  ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଅତି ମାତ୍ରାରେ ଭାଇରାଲ ହେଉଛି ।

Get real time updates directly on you device, subscribe now.