fbpx
BSKY SKY
BSKY SKY

ହାର୍ଟ ଆଟାକ୍ ଆସିବା ମାତ୍ରେ ନ ଡରି କରନ୍ତୁ ଏହି କାମ: ବଞ୍ଚିଯିବ ପୀଡିତାଙ୍କ ଜୀବନ

BSKY

ହାର୍ଟ ଆଟାକର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ପୂର୍ବରୁ ୬୦ ବର୍ଷରୁ ଅଧିକ ଲୋକ ଏହାର ଶିକାର ହେଉଥିବା ବେଳେ ଆଜିକାଲି ୧୮-୨୦ ବର୍ଷର ଯୁବପିଢ଼ି ମଧ୍ୟ ଏହାର ଶିକାର ହେଉଛନ୍ତି। ହାର୍ଟ ଆଟାକ୍ ଆସିବା ପରେ ଲୋକଙ୍କୁ ବଞ୍ଚାଇବା ପାଇଁ ମାତ୍ର କିଛି ମିନିଟ ହିଁ ମିଳିଥାଏ । ଏପରି ପରିସ୍ଥିତିରେ ଯଦି ପୀଡିତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆନଯାଏ, ତେବେ ତାଙ୍କ ଜୀବନ ଚାଲିଯାଏ। ଡାକ୍ତରଙ୍କ କହିବା ମୁତାବକ, ସାଧାରଣ ଲୋକ ଏହିପରି ଅନେକ ଟିପ୍ସ ଜାଣିବା ଉଚିତ୍, ଯାହା ରୋଗୀର ଜୀବନ ବଞ୍ଚାଇବା ପାଇଁ ତୁରନ୍ତ ବ୍ୟବହାର କରାଯାଇପାରିବ। ଆସନ୍ତୁ ଜାଣିବା କ’ଣ ରହିଛି ଟିପ୍ସ…

ହାର୍ଟ ଆଟାକ୍ ପରେ ତୁରନ୍ତ CPR ଦିଅନ୍ତୁ :-

ଡାକ୍ତରୀ ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି କାହାକୁ ହାର୍ଟ ଆଟାକ୍ ଆସିଛି , ତେବେ ପୀଡିତାଙ୍କୁ ତୁରନ୍ତ ସିପିଆର ଦେବା ଉଚିତ । ଏହି ଟେକନିକ ବ୍ୟବହାର କରି ରୋଗୀର ଜୀବନ ବଞ୍ଚାଯାଇପାରିବ। CPR ହେଉଛି Cardiopulmonary Resuscitation । ଯେତେବେଳେ କାହାକୁ ହାର୍ଟ ଆଟାକ୍ ଆସୁଛି , ଏହି କୌଶଳ ବ୍ୟବହାର କରି ତାଙ୍କ ଜୀବନ ରକ୍ଷା କରିପାରିବେ । ଏହା ମାଧ୍ୟମରେ ରୋଗୀଙ୍କଠାରେ ବ୍ଲଡ଼ ଏବଂ ଅକ୍ସିଜେନ ଯୋଗାଣ ପୁଂଇଁ ଚାଲୁ ହୋଇଥାଏ ।

CPR କିପରି ଦେବେ?

ଡାକ୍ତରଙ୍କ କହିବାନୁସାରେ, ଯେତେବେଳେ ବି ଜଣେ ବ୍ୟକ୍ତିଙ୍କୁ ହାର୍ଟ ଆଟାକ୍ ଆସେ, ତାଙ୍କୁ ସିଧା ତଳେ ଶୋଇବାକୁ ଦିଅ ଏବଂ ତା’ପରେ ତାଙ୍କ ପାଖରେ ଆଣ୍ଠୁ ମାଡ଼ି ବସିପଡ଼ । ଏହା ପରେ ଦୁଇ ହାତର ପାପୁଲିରେ ପୀଡିତାଙ୍କ ଛାତିକୁ ଜୋରରେ ଦବାଇବା ଆରମ୍ଭ କରନ୍ତୁ। ପ୍ରତି ମିନିଟରେ ପ୍ରାୟ ୧୦୦-୧୨୦ / ହାରରେ ଛାତି ଦବାଇଲେ, ରକ୍ତରେ ରକ୍ତ ଏବଂ ଅମ୍ଳଜାନ ଯୋଗାଣ ପୁନଃ ଆରମ୍ଭ ହେବାର ସମ୍ଭାବନା ଥାଏ। ଛାତି ଦବାଇବାବେଳେ ଏହାକୁ ଧ୍ୟାନରେ ରଖିବାକୁ ହେବ ଯେ ଏହା ଏକ ସେମି ପର୍ଯ୍ୟନ୍ତ ତଳକୁ ଯାଉଥିବ।

ସିପିଆର ଦେବା ଦ୍ଵାରା ରୋଗୀର ଜୀବନ ବଞ୍ଚିଯାଏ, କିନ୍ତୁ ତାଙ୍କ ଉପରେ ବିପଦ ରହିଥାଏ। ତେଣୁ ସିପିଆର ପରେ ତୁରନ୍ତ ରୋଗୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରନ୍ତୁ। ଯାହାଫଳରେ ତାଙ୍କ ଆଙ୍ଗିଓଗ୍ରାଫି କରି ଅଧିକ ଚିକିତ୍ସା ଆରମ୍ଭ କରିଯାଇପାରିବ। ଅନେକ ଥର ରୋଗୀର ଶିରା ବ୍ଲକ ହୋଇଯାଏ, ସେହି କ୍ଷେତ୍ରରେ ତୁରନ୍ତ ଅସ୍ତ୍ରୋପଚାର କରିବା ଜରୁରୀ ହୋଇଥାଏ ।

Get real time updates directly on you device, subscribe now.