fbpx

ବୈଜ୍ଞାନିକଙ୍କ କରିସ୍ମା: ଏଣିକି ହାର୍ଟ ଆଟାକ୍ ପରେ ହୃଦୟର ମାଂସପେଶୀର କୋଷିକା ହୋଇପାରିବ ପୁନର୍ଜିବିତ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ହାର୍ଟ ଆଟାକ୍ ଏଭ ଭୟଙ୍କର ରୋଗ । ଭାରତରେ ପ୍ରତିବର୍ଷ ହାର୍ଟ ଆଟାକରେ ୧୨ ଲକ୍ଷ ଯୁବକ ମୃତ୍ୟୁବରଣ କରୁଛନ୍ତି । ସେହିପରି ଆମେରିକାରେ ପ୍ରତି ୩୬ ସେକେଣ୍ଡରେ ଜଣେ ଲୋକ ମରୁଥିବା ଜଣାପଡ଼ିଛି । ତେବେ ବୈଜ୍ଞାନିକମାନେ ହୃଦରୋଗକୁ ରୋଗକୁ ନେଇ ଏକ ସଫଳତା ହାସଲ କରିଛନ୍ତି । ଏଣିକି ହାର୍ଟ ଆଟାକ୍ ପରେ ହୃଦୟର କୋଷିକାଗୁଡ଼ିକୁ ଉପଚାର କରି ପୁନର୍ଜିବିତ କରାଯାଇ ପାରିବ ।

ତେବେ ବୈଜ୍ଞାନିକଙ୍କର ଏହି ପରୀକ୍ଷଣ ଯଦି ମଣିଷ ଶରୀରରେ ସଫଳ ହୁଏ, ତେବେ ହଜାର ଜୋର ଲୋକଙ୍କ ଜୀବନ ବଞ୍ଚାଯାଇ ପାରିବ । ଟେକ୍ସାସର ହ୍ୟୁଷ୍ଟନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏ ଦିଗରେ କାର୍ଯ୍ୟ କରୁଛନ୍ତି । ଏଥିପାଇଁ ଏକ ସିନ୍ଥେଟିକ ମେସେଞ୍ଜର ରାଇବୋନ୍ୟୁକ୍ଲିକ ଏସିଡ (ଏମଆରଏନଏ)ର ବ୍ୟବହାର କରାଯାଇଥିଲା । ଏମଆରଏନଏ ଇଞ୍ଜେକସନ ଡିଏନଏର ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥାଏ ।

ବୈଜ୍ଞାନିକଙ୍କ ମତରେ, ଏହି ଟେକନିକ ମାଧ୍ୟମରେ ମାଂସପେଶୀର କୋଷିକାକୁ ଠିକ୍ କରାଯିବା ସହ ପୁନର୍ଜିବିତ କରାଯାଇ ପାରିବ । ଏମଆରଏନଏ ଶରୀରରେ ପ୍ରୋଟିନର ନିର୍ମାଣ କରିଥାଏ, ଯାହା କି ମାଂସପେଶୀ ଉପରେ ଆକ୍ରମଣ କରୁଥିବା ଭାଇରସକୁ ମାରିବା ଦିଗରେ କାର୍ଯ୍ୟ କରିଥାଏ । ଚିକିତ୍ସା କ୍ଷେତ୍ରରେ ଏହି ଟେକନିକ୍ ପୂର୍ବରୁ ଦେଖାଯାଇ ନଥିଲା । ବିଜ୍ଞାନ ଅନୁସାରେ, ହୃଦୟର ମାଂସପେଶୀକୁ ପୁନର୍ବାର ଜୀବିତ କରାଯିବାର ସମ୍ଭାବନା ୧ ପ୍ରତିଶତରୁ କମ୍ ରହିଥାଏ । ତେବେ ଆଗକୁ ଯଦି ଏହି ଟେକନିକ ସଫଳତା ହାସଲ କରେ, ତେବେ ମଣିଷର ଚିକିତ୍ସା ନେଇ ନୂଆ ବିଧି ବିକଶିତ ହେବ ।

Get real time updates directly on you device, subscribe now.