fbpx

‘ବାପା ସକାଳୁ ମାତ୍ର ଥରେ ଖାଇ ଯାଇଛନ୍ତି, କିନ୍ତୁ ଦିନ ସାରା ଆମ ପାଇଁ କାମ କରୁଛନ୍ତି’: ଛୋଟ ଝିଅଟିର ହୃଦୟସ୍ପର୍ଶୀ କଥା ଥରେ ଶୁଣନ୍ତୁ (Viral Video)

ନୂଆଦିଲ୍ଲୀ: କୁହାଯାଏ, କନ୍ୟା ସନ୍ତାନଙ୍କୁ ପିତା ଅଧିକ ସ୍ନେହ ଆଦର କରନ୍ତି । ଏହାକୁ ପ୍ରମାଣିତ କରି ସମସ୍ତଙ୍କ ହୃଦୟ ଜିତିପାରିଛି ଏକ ଛୋଟ ଝିଅ । ଏନେଇ ଏକ ଭିଡିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଝିଅଟିର ବାପାଙ୍କ ପ୍ରତି ଥିବା ଅତୁଟ ଭଲପାଇବା ପ୍ରଦର୍ଶିତ ହୋଇଛି । ଏହି ଭିଡିଓଟିକୁ ଦେଖିବା ପରେ ଯେ କେହି ବି ତାଜୁବ୍ ହୋଇଯିବ । ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ହୃଦୟ ମଧ୍ୟ ଏହି ଭିଡିଓ ଦେଖିବା ପରେ ତରଳି ଯାଇଛି ।

୨ ମିନିଟ ୧୪ ସେକେଣ୍ଡର ଭିଡିଓରେ ଝିଅଟି କାନ୍ଦୁଥିବା ଦେଖାଯାଉଛି । ଏହାପରେ ତା’ର ମାଆ ତାକୁ କାନ୍ଦିବାର କାରଣ ପଚାରୁଛନ୍ତି । ଝିଅଟି କହୁଛି, ବାପା ଦିନସାରା ନ ଖାଇ କାମ କରୁଛନ୍ତି । ସେ ସକାଳୁ ଥରେ ଖାଇଛନ୍ତି, ମାତ୍ର ଏହାପରେ କେବଳ କାମ ଆଉ କାମ… । ବାପା ଆମ ପାଇଁ ବହୁତ କିଛି କରୁଛନ୍ତି । ସେ କାର୍ଯ୍ୟରେ ବ୍ୟସ୍ତ ରହି ଠିକ୍ ସମୟରେ ଖାଇ ପାରୁନାହାନ୍ତି ।

ଏହି ଭିଡିଓଟିକୁ କବି ତଥା ଗୀତିକାର ମନୋଜ ମୁନ୍ତାଶିର ସୋସିଆଲ୍ ମିଡ଼ିଆରେ ଶେୟାର କରିଛନ୍ତି । ସୌଭାଗ୍ୟଶାଳୀଙ୍କ ଘରେ ଏପରି ଲକ୍ଷ୍ମୀ ଜନ୍ମ ନେଇଥାନ୍ତି ବୋଲି ମନୋଜ ଲେଖିଛନ୍ତି । ଭିଡିଓକୁ ଦେଖିବା ପରେ ଅଭିନେତ୍ରୀ ରବିନା ଉକ୍ତ ଛୋଟ ଝିଅଟିର ମଙ୍ଗଳ କାମନା କରିଛନ୍ତି । ଏଥିସହ ଅନେକ ୟୁଜର୍ସ ଏହାକୁ ଦେଖିବା ପରେ ପ୍ରତିକ୍ରିୟା ଦେଇଛନ୍ତି । ଝିଅଟିର ହୃଦୟସ୍ପର୍ଶୀ କଥା ସମସ୍ତଙ୍କୁ ଭାବୁକ କରିଦେଇଛି । ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ଲୋକ ଦେଖିସାରିଲେଣି ।

Get real time updates directly on you device, subscribe now.