ତାତି ସାଙ୍ଗକୁ ବଢ଼ୁଛି ରୌଦ୍ରତାପଜନିତ ଅସୁସ୍ଥତାଙ୍କ ସଂଖ୍ୟା, ୪୯ ଜଣ ହସ୍ପିଟାଲରେ ଭର୍ତ୍ତି

ବର୍ତ୍ତମାନ ସୁଦ୍ଧା ୪୯ଜଣ ରୌଦ୍ରତାପଜନିତ କାରଣରୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ।

ଭୁବନେଶ୍ବର: ଦିନକୁ ଦିନ ବଢ଼ି ଚାଲିଛି ତାତି । ତେବେ ଖରା ପାଇଁ ଲୋକେ ଆଉଟୁ ପାଉଟୁ ହେଉଥିବା ବେଳେ ଅସୁସ୍ଥତା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ରୌଦ୍ରତାପଜନିତ ଅସୁସ୍ଥତା ବି ବଢ଼ୁଛି । ବର୍ତ୍ତମାନ ସୁଦ୍ଧା ୪୯ ରୌଦ୍ରତାପଜନିତ କାରଣରୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ।

ସମ୍ବଲପୁରରୁ ସର୍ବାଧିକ ୪୦ ଜଣ ଅସୁସ୍ଥ ସୂଚନା ରହିଛି । ଏନେଇ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ।

କହିରଖୁଛୁ କି, ଦିନକୁ ଦିନ ତାତି ଅସହ୍ୟ ହେଉଛି । ସାଢ଼େ ୨ରେ ଝାରସୁଗୁଡ଼ା ୪୪.୮ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ସମ୍ବଲପୁର ୪୨.୬, ହୀରାକୁଦ ୪୧.୮, ରାଉରକେଲା ୪୧.୨ -କେନ୍ଦୁଝର ୩୭.୮ ଡିଗ୍ରୀ ତାପମାତ୍ରା ରେକର୍ଜ କରାଯାଇଥିବା ବେଳେ ଚାନ୍ଦବାଲି ୩୭.୬, ବାଲେଶ୍ବର ୩୬.୨, ଭୁବନେଶ୍ବର ତାପମାତ୍ରା ୩୫.୨ ଡିଗ୍ରୀ ରେକର୍ଡ କରାଯାଇଛି ।

ଝାରସୁଗୁଡାରେ ଆଜି ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରୁଥିବା ବେଳେ ଖରାକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି ରାଜ୍ୟବାସୀ ।