fbpx

ଝାଡ଼ଖଣ୍ଡରେ ଗ୍ରୀଷ୍ମ ପ୍ରବାହ ଜାରି; ଗୋଟିଏ ଦିନରେ ଅଂଶୁଘାତରେ ୨୩ ଜଣଙ୍କ ମୃତ୍ୟୁ

Advertisement

ଚତରା: ଝାଡ଼ଖଣ୍ଡରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗୋଟିଏ ଦିନରେ ୨୩ ଜଣଙ୍କ ମୃତ୍ୟୁ ହେବାର ଗୋଟିଏ ଦିନ ପରେ ସେହି ଗାଁର ୩ ଜଣଙ୍କ ସମେତ ୫ ଜଣଙ୍କର ଚତରା ଜିଲ୍ଲାରେ ହିଟ୍ ଷ୍ଟ୍ରୋକ୍ ରେ ମୃତ୍ୟୁ ଘଟିଛି। ଏଭଳି ଏକ ଖବର ଆସିଛି ଚତରା ଜିଲ୍ଲା ହଣ୍ଟରଗଞ୍ଜ ବ୍ଲକରୁ । ବ୍ଲକର ଆଉରୁଆ ଗ୍ରାମରେ ଗ୍ରୀଷ୍ମପ୍ରବାହରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି କୋବାନୀ ଓ ଭୋଣ୍ଡାଳ ଗ୍ରାମରେ ଜଣେ ଲେଖାଏଁ ହିଟ୍ ଷ୍ଟ୍ରୋକ୍ ରେ ପ୍ରାଣ ହରାଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ସମସ୍ତଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି।

ଗ୍ରାମବାସୀଙ୍କ କହିବା ଅନୁସାରେ ସମସ୍ତଙ୍କୁ ବାନ୍ତି, ଝାଡ଼ା ଓ ପ୍ରବଳ ଜ୍ୱର ହୋଇଥିଲା। ଏହାପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଚେତାଶୂନ୍ୟ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ମହେଶ୍ୱର ସାଓ, ବାଲ ଗୋବିନ୍ଦ ସାଓ ଓ କାଳେଶ୍ୱର ଠାକୁରଙ୍କ ଘରେ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ମୋ ଇଲିୟାସଙ୍କୁ ଚିକିତ୍ସା ପାଇଁ ଶେରଘାଟି ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା। ଗ୍ରୀଷ୍ମ ପ୍ରବାହରେ ମୃତ୍ୟୁ ପରେ ଅରୁଆ, କୋବାନୀ ଓ ଭୋଣ୍ଡାଳ ଗାଁରେ ଶୋକର ଛାୟା ଖେଳିଯାଇଛି।

ଚତରା ସମେତ ଝାଡ଼ଖଣ୍ଡରେ ଆଜିକାଲି ପ୍ରବଳ ଗରମ ଅନୁଭୂତ ହେଉଛି। ଚତରାରେ ସର୍ବୋଚ୍ଚ ତାପମାତ୍ରା ୪୩.୩ ଡିଗ୍ରୀ। ଝାଡ଼ଖଣ୍ଡର ଡେଢ଼ ଡଜନ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରେ ପହଞ୍ଚିଛି। ଚତରା ନିକଟସ୍ଥ ପାଲାମୁ ଡିଭିଜନରେ ସର୍ବୋଚ୍ଚ ତାପମାତ୍ରା ୪୭ ଡିଗ୍ରି ଅତିକ୍ରମ କରିଛି। ପ୍ରବଳ ଗରମ ଯୋଗୁଁ ଝାଡ଼ଖଣ୍ଡରେ ମେ’ ୩୦ ରେ ଗୋଟିଏ ଦିନରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଚତରାରେ ୪ ଜଣଙ୍କ ମୃତ୍ୟୁ ହେବା ପରେ ଝାଡ଼ଖଣ୍ଡରେ ଗ୍ରୀଷ୍ମପ୍ରବାହ ଜନିତ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି।

 

Get real time updates directly on you device, subscribe now.