fbpx
BJD SKY
BJD SKY

ରାଜ୍ୟକୁ ପୁଣି ଫେରିଲା ତାତି, ସବୁଠୁ ଉତ୍ତପ୍ତ ସହର ପାରଳାଖେମୁଣ୍ଡି

BJD

ଭୁବନେଶ୍ୱର: ରାଜ୍ୟରେ କିଛିଦିନ ହେବ କାଳବୈଶାଖୀ ବର୍ଷା ପାଇଁ ଉତ୍ତପ୍ତ କମ ଥିବା ବେଳେ ଆଜିଠୁ ତାତି ବଢି ବୋଲି ରେକର୍ଡ କରାଯାଇଛି । ତେବେ ଏହାରି ମଧ୍ୟରେ ଆଜି ସବୁଠାରୁ ଉତ୍ତପ୍ତ ସହର ହେଉଛି ପାରଳାଖେମୁଣ୍ଡି । ପାରଳାଖେମୁଣ୍ଡିର ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ କରାଯାଇଛି ।

ସୂଚନାନୁଯାୟୀ, ବାରିପଦାରେ ୩୯ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୮.୬ ଡଗ୍ରୀ ରହିଛି । ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୮.୪ ଡିଗ୍ରୀ ରହିଛି । ସେହିପରି ନୟାଗଡ଼ରେ ୩୮ ଡିଗ୍ରୀ, ଭଦ୍ରକରେ ୩୭.୮ ଡିଗ୍ରୀ, କୋରାପୁଟରେ ୩୭.୬ ଡିଗ୍ରୀ ମାପ କରାଯାଇଛି । ୩୭ ଡିଗ୍ରୀ ଉପରେ ୧୦ ସହରର ତାପମାତ୍ରା ରହିଛି ।

Get real time updates directly on you device, subscribe now.