fbpx

(Video) ଏ କି କାରନାମା? ମହିଳା ଟଏଲେଟରେ ପଶିଗଲେ ବିଜେପି ନେତା: ନିର୍ବାଚନ ପୂର୍ବରୁ ମାମଲା ଗରମ

ନୂଆଦିଲ୍ଲୀ: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ତେଣୁ ଏବେ ପ୍ରତ୍ୟେକ ଦଳର ସମସ୍ତ ପ୍ରାର୍ଥୀଙ୍କ ଉପରେ ରହିଛି ଭୋଟରଙ୍କ ନଜର । ନେତା-ମନ୍ତ୍ରୀଙ୍କ କାଣ୍ଡ କାରନାମାକୁ ପରଖୁଛନ୍ତି ଜନତା ଜନାର୍ଦ୍ଦନ । ପ୍ରାର୍ଥୀଙ୍କୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ଏବଂ ପ୍ରତି ପାଦ ପକାଇବା ପୂର୍ବରୁ ସାବଧାନ ରହିବାକୁ ପଡ଼ିବ । ସବୁ କାମରେ ବୁଝି ବିଚାରି ଆଗକୁ ପାଦ ବଢାଇବାକୁ ପଡ଼ିବ ହେବ । ନଚେତ୍ ବିଜେପି ନେତା ପରମେଶ୍ୱରଙ୍କ ଭଳି ଲୋକହସା ହେବା ହିଁ ସାର ହେବ । ଏହାର ପ୍ରଭାବ ନିର୍ବାଚନ ମଇଦାନରେ ମଧ୍ୟ ଦେଖିବାକୁ ମିଳିପାରେ । ତେବେ ବିଜେପି ନେତା ପରମେଶ୍ୱର ଲାଲ ସୈନି ଏବେ ଏକ ମାମଲାକୁ ନେଇ ଖୁବ ଆଲୋଚନାର ଶିକାର ହେଉଛନ୍ତି । ପରମେଶ୍ୱର ମହିଳା ଟଏଲେଟକୁ ଯାଇଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆସନ୍ତା ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମୁରାଦାବାଦରେ ହେବ ମତଦାନ । ଏଥିପାଇଁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଜନସଭା ଏବଂ ରାଲି ବାହାରିଛି । ତେବେ ଏହି ପରିପ୍ରେକ୍ଷୀରେ ଏଠାକାର ବୁଦ୍ଧି ବିହାର ସ୍ଥିତ ମଇଦାନରେ ଏକ ଜନ ସମାଗମରେ ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ । ଏହାସହିତ ମୁରାଦାବାଦ ଏବଂ ଆଖପାଖ ଅଞ୍ଚଳର ବିଭିନ୍ନ ପ୍ରାର୍ଥୀ ମଧ୍ୟ ଏଠାରେ ଉପସ୍ଥିତ ରହିଥିଲେ । ତେବେ ବିଜେପି ନେତା ପରମେଶ୍ୱର ଲାଲ ସୈନି ଏଠାକୁ ଆସି ଟ୍ରୋଲ ହୋଇ ଯାଇଛନ୍ତି । ଜନସଭାରେ ମହିଳାଙ୍କ ସୁବିଧା ପାଇଁ ନଗର ନିଗମ ପକ୍ଷରୁ ଶୌଚାଳୟ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ପରମେଶ୍ୱର ଲାଲ ସୈନୀ ଏଠାରେ ପୁରୁଷ ଟଏଲେଟକୁ ଯିବା ପରିବର୍ତ୍ତେ ମହିଳା ଟଏଲେଟକୁ ପଶି ଯାଇଥିଲେ । ଯାହାକୁ ନେଇ ଏବେ ରାଜନୈତିକ ମାହୋଲ ଆହୁରି ଗରମ ହୋଇଯାଇଛି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ମହିଳା ଟଏଲେଟରୁ ବାହାରିବା ବେଳେ କେହି ଜଣେ ବ୍ୟକ୍ତି ପରମେଶ୍ୱର ଲାଲ ସୈନିଙ୍କ ଭିଡିଓ ରେକର୍ଡ କରି ନେଇଛନ୍ତି । ତେବେ ଏ ନେଇ ବିଜେପି ନେତାଙ୍କୁ ପ୍ରଶ୍ନ କରିବାରୁ ସେ କିଛି ନ କହି ଚୁପ ରହିଛନ୍ତି । ତେବେ ପରେ ପରମେଶ୍ୱର ଲାଲ ହସି ହସି କ୍ୟାମେରା ଆଗରେ ହାତ ଯୋଡ଼ି ଘଟଣାସ୍ଥଳରୁ ଚାଲି ଯାଉଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । ତେବେ ଏହି ଘଟଣା ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନେକ ୟୁଜର ଏହାକୁ ନେଇ କମେଣ୍ଟ କରୁଥିବା ବେଳେ କିଛି ୟୁଜର ସରକାରଙ୍କ ଏହି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ।

Get real time updates directly on you device, subscribe now.