fbpx

ଡେବିଟ୍ କାର୍ଡ କାରବାରରେ ଏହି ବ୍ୟାଙ୍କ CashBack ଦେଉଛି ୪,୮୦୦ ଟଙ୍କା, ଜାଣନ୍ତୁ କିପରି ଉଠାଇବେ ଏହାର ଫାଇଦା

ନୂଆଦିଲ୍ଲୀ: ଯଦି ଆପଣ ଡେବିଟ କାର୍ଡରେ ଅନଲାଇନ ବା ଅଫଲାଇନ କାରବାର କରୁଛନ୍ତି ଏବଂ ଏଥିରେ ଆପଣ ବ୍ୟାଙ୍କର ଫାଇଦା ନେବାକୁ ମଧ୍ୟ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ କାର୍ଯ୍ୟକାରୀ ହୋଇପାରେ । ଏପରି ସ୍ଥିତିରେ ଏଚଡିଏଫସି ବ୍ୟାଙ୍କ ମିଲେନିୟା ଡେବିଟ କାର୍ଡ ଭଲ ବୋଲି ପ୍ରମାଣିତ ହୋଇପାରେ । ଏହି ଡେବିଟ କାର୍ଡ ମାଧ୍ୟମରେ କାରବାର କରିବା ପାଇଁ ଆପଣ ମାସିକ ୪୦୦ ଟଙ୍କା ଏବଂ ବାର୍ଷିକ ୪ ହଜାର ୮୦୦ ଟଙ୍କା ପର୍ଯ୍ୟନ୍ତ CashBack ପାଇପାରିବେ ।

ମିଲେନିୟା ଡେବିଟ କାର୍ଡର ଗ୍ରାହକଙ୍କୁ CashBack ପଏଣ୍ଟ ମିଳୁଛି । ଏକ କ୍ୟାଶବ୍ୟାକ ପଏଣ୍ଟର ମୂଲ୍ୟ ୧ ଟଙ୍କା ହୋଇଥାଏ । ଏଚଡିଏଫସି ବ୍ୟାଙ୍କର ଗ୍ରାହକ ନେଟ ବ୍ୟାଙ୍କିଙ୍ଗର ବ୍ୟବହାର କରି CashBack ପଏଣ୍ଟକୁ ରିଡିମ କରିପାରିବେ ।

CashBack କୁ କିପରି କରିବେ ରିଡିମ:
-ଏଚଡିଏଫସି ବ୍ୟାଙ୍କ ର ନେଟ ବ୍ୟାଙ୍କିଙ୍ଗରେ ଲଗ ଇନ କରିବାକୁ ପଡିବ ।
-ଏହାପରେ କାର୍ଡ ସେକ୍ସନକୁ ଯାଆନ୍ତୁ ।
-ଡେବିଟ କାର୍ଡ ସିଲେକ୍ଟ କରନ୍ତୁ ।
-ଏବେ Enquire ଉପରେ କ୍ଲିକ କରନ୍ତୁ ପରେ CashBack Enquiry and Redemption କୁ ଯାଇ Account Numbe ସିଲେକ୍ଟ କରନ୍ତୁ ।
-ଏବେ Continue ଉପରେ କ୍ଲିକ କରି ୪୦୦ର ମଲ୍ଟିପଲରେ କ୍ୟାଶବ୍ୟାକ ପଏଣ୍ଟ ଦେବାକୁ ପଡିବ । ରିଡିମ କରିବା ପରେ ଏହି ରାଶି ଆପଣଙ୍କ ଏଚଡିଏଫସି ସେଭିଙ୍ଗସରେ କ୍ରେଡିଟ କରାଯିବ ।

Get real time updates directly on you device, subscribe now.