fbpx

(Video) ଯୁବରାଜଙ୍କ ରେକର୍ଡ ଭାଙ୍ଗି ଚୁରମାର: ୬ ବଲରେ ୬ ଛକା ମାରି ଇତିହାସ ଲେଖିଲେ ନେପାଳି ବ୍ୟାଟର

ନୂଆଦିଲ୍ଲୀ: ଟି-୨୦ କ୍ରିକେଟର ସବୁଠୁ ବଡ଼ ରେକର୍ଡ ଏବେ ଭାଙ୍ଗି ଚୁରମାର ହୋଇଛି । ପ୍ରଥମ ବ୍ୟାଟର ଭାବରେ ଟି-୨୦ ଇତିହାସରେ ଗୋଟିଏ ଓଭରରେ ୬ଟି ଛକା ମାରି ନୂଆ ରେକର୍ଡ କରିଥିଲେ ଯୁବରାଜ ସିଂହ । ୨୦୦୭ ମସିହାରେ ଏହି ରେକର୍ଡ ସୃଷ୍ଟି ହୋଇଥିବା ବେଳେ ଏହାକୁ ଭାଙ୍ଗିବା ଖୁବ କଷ୍ଟକର ବୋଲି ମନେ ହେଉଥିଲା । କିନ୍ତୁ ଏବେ ଅନେକ ବ୍ୟାଟର ଏହାକୁ ସମ୍ଭବ କରିସାରିଛନ୍ତି । ତେବେ ଯୁବରାଜଙ୍କ ଏହି ରେକର୍ଡକୁ ପଛରେ ପକାଇଛନ୍ତି ନେପାଳର ଷ୍ଟାର କ୍ରିକେଟର ଦୀପେନ୍ଦ୍ର ସିଂହ ଆରୀ । ଗୋଟିଏ ଓଭରରେ ସର୍ବାଧିକ ଛକା ମାରିବା ତାଲିକାରେ ଯୁବରାଜଙ୍କୁ ମଧ୍ୟ ପଛରେ ପକାଇଛନ୍ତି ଦୀପେନ୍ଦ୍ର ।

କତାର ବିପକ୍ଷ ମ୍ୟାଚରେ ଏକ ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି ନେପାଳର ଷ୍ଟାର ବ୍ୟାଟର ଦୀପେନ୍ଦ୍ର ସିଂହ । ଗୋଟିଏ ଓଭରରେ ୬ଟି ଛକା ମାରିବାରେ ଦୁଇ ଥର ସପଳତା ହାସଲ କରିଛନ୍ତି ଦୀପେନ୍ଦ୍ର । ଏହି ରେକର୍ଡ ଟୁର୍ଣ୍ଣାମେଣ୍ଟକୁ ଆହୁରି ରୋମାଞ୍ଚ ଭରି ଦେଇଛି । ଉଭୟ ଦଳ ମଧ୍ୟ କେଳା ଯାଉଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବିନିମୟରେ ୨୧୦ ରନ୍ ସଂଗ୍ରହ କରିଛନ୍ତି । ତେବେ ଏହି ମ୍ୟାଚରେ ଦୀପେନ୍ଦ୍ର ୬୪ ରନର ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି । କତାରର ବୋଲରଙ୍କୁ ଟାର୍ଗେଟ କରି ଦମଦାର ବ୍ୟାଟିଂ କରିଛନ୍ତି ଦୀପେନ୍ଦ୍ର । ତେବେ ଏହି ମ୍ୟାଚରେ ପୁଣିଥରେ ଗୋଟିଏ ଓଭରରେ ୬ଟି ଛକା ମାରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ନେପାଳ ବ୍ୟାଟର ଦୀପେନ୍ଦ୍ର ସିଂହ ।

ଏହି ମ୍ୟାଚରେ ମାତ୍ର ୨୧ଟି ବଲରୁ ୭ ଟି ଛକା ଏବଂ ୩ ଚୌକା ସହ ୬୪ ରନର ଅପରାଜିତ ଇନିଂସ ଖେଳିଛନ୍ତି ଦୀପେନ୍ଦ୍ର । କତାରର କାମରାନ ଖାନଙ୍କ ଗୋଟିଏ ଓଭରରେ ସେ କ୍ରମାଗତ ୬ଟି ଛକା ମାରି ରେକର୍ଡ ସୃଷ୍ଟି କରିଛନ୍ତି। ୧୯ ଓଭର ସୁଦ୍ଧା ନେପାଳ ୭ ୱିକେଟ୍ ହରାଇ୧୭୪ ରନ୍ ସଂଗ୍ରହ କରିଥିଲା ନେପାଳ । କିନ୍ତୁ ଇନିଂସ ଶେଷ ହେବା ପରେ ୨୦ ଓଭରରେ ୨୧୦ ରନ୍ ସଂଗ୍ରହ କରି ଇତିହାସର ଫର୍ଦ୍ଦରେ ନୂଆ ଅଧ୍ୟାୟ ଲେଖିଛି । ଏହାସହିତ ନୂଆ ଇତିହାସ ନିଜ ନାମରେ କରିଛନ୍ତି ନେପାଳ ବ୍ୟାଟର ଦୀପେନ୍ଦ୍ର ସିଂହ ।

Get real time updates directly on you device, subscribe now.