fbpx
BSKY
BJD SHG SKY
BJD MC SKY

ଲଗାତର ତାପମାତ୍ରା ବୃଦ୍ଧି ମଣିଷର ମସ୍ତିଷ୍କର କାର୍ଯ୍ୟଦକ୍ଷତାକୁ ହ୍ରାସ କରୁଛି: ଶାରୀରିକ ଓ ମାନସିକ ସ୍ଥିତି ବିଗିଡ଼ି ଯାଉଛି, ନୂଆ ରିସର୍ଚ୍ଚ ରିପୋର୍ଟ

ନୂଆଦିଲ୍ଲୀ: ହିଟୱେଭ କାରଣରୁ ମଣିଷର ମାନସିକ ଓ ଶାରୀରିକ ସ୍ଥିତି ବିଗିଡ଼ି ଯାଉଛି । ବିଶେଷ କରି ମାନସିକ ଭାବେ ମଣିଷ ଅଧିକ ରୋଗଗ୍ରସ୍ତ ହେଉଥିବା ବେଳେ ଏ ସମ୍ବନ୍ଧିତ ମୃତ୍ୟୁ ୨.୨ ପ୍ରତିଶତ ବୃଦ୍ଧି ପାଇଛି । ଏହାଛଡ଼ା ଗରମ ବଢ଼ିବା କାରଣରୁ ହିଂସାତ୍ମକ ଅପରାଧ ମଧ୍ୟ ବଢ଼ିବାରେ ଲାଗିଛି । ଏପରିକି ଗରମର ପ୍ରଭାବ ମଣିଷର କାର୍ଯ୍ୟକ୍ଷମତାକୁ ବହୁମାତ୍ରାରେ ପ୍ରଭାବିତ କରୁଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ।

ନିକଟରେ କରାଯାଇଥିବା ଏକ ଷ୍ଟଡି ମୁତାବକ, ତାପମାତ୍ରା ବୃଦ୍ଧି କାରଣରୁ ଡିହାଇଡ୍ରେସନ, ଡେଲିରୟମ ଓ ବେହୋସ ଭଳି ପରିସ୍ଥିତି ସୃଷ୍ଟି ହେଉଛି । ତାପମାତ୍ରା ବୃଦ୍ଧି ପାଇଁ ଜଳବାୟୁ ପରିବର୍ତ୍ତନ ଦାୟୀ । ଯଦି ସାମାନ୍ୟ ତାପମାତ୍ରାରୁ ପାରା ୫ ଡିଗ୍ରୀ ସେଲସିୟସ ଉପରକୁ ଯାଏ, ତେବେ ସାରା ଦୁନିଆର ହସ୍ପିଟାଲଗୁଡ଼ିକରେ ଗରମ ସମସ୍ୟାର ଶିକାର ହେଉଥିବା ଲୋକଙ୍କ ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି ପାଉଛି । ଲୋକଙ୍କ ଠାରେ, ଚିଡ଼ଚିଡ଼ା ପଣ, ଡିପ୍ରେସନ, ଅଶାନ୍ତ, ହିଂସା ଭାବନା ଆଦି ଦେଖା ଯାଉଛି ।

ଅଧିକ ତାପମାତ୍ରା ବୃଦ୍ଧି ସହିତ ଆତ୍ମହତ୍ୟା ଉଦ୍ୟମ କରିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ମୋଟାମୋଟି ଭାବେ ଯଦି ତାପମାତ୍ରା ପ୍ରତି ମାସରେ ୧ ଡିଗ୍ରୀ ସେଲସିୟସ ବୃଦ୍ଧି ପାଏ, ତେବେ ମାନସିକ ସମ୍ବନ୍ଧିତ ମୃତ୍ୟୁ ସଂଖ୍ୟା ୨.୨ ପ୍ରତିଶତ ବୃଦ୍ଧି ପାଉଛି । ଜଳବାୟୁ ପରିବର୍ତ୍ତନର ପରିଣାମ ସ୍ୱରୂପ ଲୋକଙ୍କଠାରେ ବାଇପୋଲର ଡିଜଅର୍ଡର ସମସ୍ୟା ଦେଖାଯାଉଛି । ଏପରି ଲୋକଙ୍କଠାରେ ସାଇକୋସିସ ଓ ଆତ୍ମହତ୍ୟାର ଖୟାଲ ଆସିଥାଏ । ଯଦି ତାପମାତ୍ରା ହ୍ରାସ ପାଉଛି, ତେବେ ଅନେକ ଲୋକ ମାନସିକ ବିମାରୀର ମେଡିସିନ ସେବନ କରୁଛନ୍ତି । କାରଣ ତାପମାତ୍ରା ଆମର ବ୍ରେନ ଉପରେ ଅଧିକ ପ୍ରଭାବ ପକାଇଥାଏ । ଗରମ ଅଧିକ ହେବା ଫଳରେ ଆମର ବ୍ରେନର କାର୍ଯ୍ୟକ୍ଷମତା ୧୩ ପ୍ରତିଶତ ହ୍ରାସ ପାଉଥିବା କିଛି ଷ୍ଟଡିରୁ ଜଣାପଡ଼ିଛି ।

Get real time updates directly on you device, subscribe now.