fbpx

ଝିଅଙ୍କୁ ଆକର୍ଷିତ କରେ ପୁଅମାନଙ୍କର ଏହି ସବୁ ଅଭ୍ୟାସ, ହୁଅନ୍ତି ଇମ୍ପ୍ରେସ୍

ଆଜିର ସମୟରେ ପୁଅ ଏବଂ ଝିଅମାନଙ୍କର ବନ୍ଧୁତା ଏକ ସାଧାରଣ କଥା  । କିନ୍ତୁ ଅଧିକାଂଶ ପୁଅ ଜାଣନ୍ତି ନାହିଁ ଯେ ଝିଅମାନେ ସେମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ଅନେକ ଜିନିଷ ଧ୍ୟାନ ଦିଅନ୍ତି  । ବେଳେବେଳେ ଝିଅମାନେ ପୁଅଙ୍କର କିଛି ଅଭ୍ୟାସ ପସନ୍ଦ କରନ୍ତି ଏବଂ ବେଳେବେଳେ କିଛି ଅଭ୍ୟାସକୁ ପସନ୍ଦ ମଧ୍ୟ କରିନାହାଁନ୍ତି । ଏପରି ପରିସ୍ଥିତିରେ ପୁଅମାନେ ଜାଣିବାକୁ ସେମାନେ କ’ଣ ପସନ୍ଦ କରନ୍ତି? ଯଦି ଆପଣ ମଧ୍ୟ କୌଣସି ଝିଅଙ୍କ ଇମ୍ପ୍ରେସ କରିବାକୁ ଚାହୁଛନ୍ତି, ତେବେ କିଛି ବିଶେଷ କଥା ଉପରେ ଧ୍ୟାନ ଦିଅନ୍ତୁ ।

  • ଆତ୍ମବିଶ୍ୱାସ ଏହା ପ୍ରଥମ କଥା ଯାହା ଝିଅମାନେ ପୁଅମାନଙ୍କ ମଧ୍ୟରେ ଖୋଜନ୍ତି । ସାଧାରଣ ଝିଅମାନେ ଆତ୍ମବିଶ୍ୱାସୀ ହୋଇଥିବା ପୁଅଙ୍କୁ ଅଧିକ ପସନ୍ଦ କରନ୍ତି । ଜଣେ ଆତ୍ମବିଶ୍ୱାସୀ ବ୍ୟକ୍ତିଙ୍କ ପାଖରେ ରହିବା ଦ୍ୱାର ଝିଅମାନେ ଅନୁଭବ କରିଥାନ୍ତି ଯେ ତାଙ୍କ ଉପରେ ବିଶ୍ୱାସ କରିହେବ ।
  • ଯଦିଓ ଅନେକ ଝିଅ ପୁଅଙ୍କ ଡ୍ରେସିଂ ସେନ୍ସକୁ ଏତେ ଲକ୍ଷ୍ୟ କରନ୍ତି ନାହିଁ ତଥାପି ଅନେକ ଥର ଦେଖାଯାଇଛି ଯେ ପୁଅଙ୍କ ଡ୍ରେସିଂ ସେନ୍ସରୁ ଏହା ଅନୁମାନ କରିଥାନ୍ତି ଯେ ଆପଣ ତାଙ୍କୁ କେତେ ଧ୍ୟାନ ଦେଉଛନ୍ତି ।
  • ଝିଅଙ୍କ  ସ୍ୱଭାବ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାନ୍ତି । ଝିଅମାନେ ସବୁବେଳେ ଚାହିଥାନ୍ତି ଯେ କେହି ପୁଅ ତାଙ୍କ କଥା ଶୁଣୁ । ଆପଣ ପଛେ ତାଙ୍କ କଥା ଶୁଣିବାକୁ ଭଲ ନଲାଗୁଥାଉ କିନ୍ତୁ ସେ ଚାହିବେ ଯେ ଆପଣ ତାଙ୍କ କଥା ଶୁଣନ୍ତୁ । ଯଦି ଆପଣ ଏଭଳି କରୁଛନ୍ତି ତେବେ ଆପଣ ତାଙ୍କର ପ୍ରିୟ ବ୍ୟକ୍ତି ହୋଇପାରିବେ ।
  • ଝିଅମାନେ ସାଧାରଣତଃ ଖୁସି-ମଜା କରୁଥିବା ଲୋକଙ୍କୁ ପସନ୍ଦ କରଥାନ୍ତି ।
  • ସବୁ ଝିଅମାନେ ଏଭଳି ପୁଅଙ୍କ ପ୍ରତି ଆକର୍ଷିତ ହୁଅନ୍ତି ଯେଉଁମାନେ ନିଜ କ୍ୟାରିୟରରେ ସଫଳ ହୁଅନ୍ତି । ଯଦିଓ ଆପଣଙ୍କ ସାଲାରୀ ଏବଂ ଷ୍ଟାଟସରେ ବିଲକୁଲ ଚିନ୍ତିତ ନଥାନ୍ତି ।
  • ପୁଅମାନେ ସେତେବେଳେ କୌଣସି ଝିଅଙ୍କୁ ପ୍ରଭାବିତ କରିଥାନ୍ତି ଯେତେବେଳେ ଯେ ଅନ୍ୟ ଜଣକୁ ସମ୍ମାନ କରନ୍ତି  ।

Get real time updates directly on you device, subscribe now.