fbpx
BSKY
BJD MC SKY
BJD MS SKY

ଓଡ଼ିଶାରେ ପ୍ରଥମ, ୧୦୦ ମିଲିୟନ ଲୋକ ଦେଖିଲେ ସମ୍ବଲପୁରୀ ଗୀତ ‘ରାନୀ ଗୁରି’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ସଙ୍ଗୀତ ଜଗତରେ ଏକ ନୂଆ ରେକର୍ଡ କରିଛି ମଣ୍ଟୁ ଛୁରିଆ-ଅସୀମା ପଣ୍ଡାଙ୍କ ଗୀତ ‘ରାନୀ ଗୁରି’ । ଏହି ଲୋକପ୍ରିୟ ସମ୍ବଲପୁରୀ ଗୀତ ୟୁଟ୍ୟୁବରେ ୧୦୦ ମିଲିୟନ ଛୁଇଁଛି । ଯାହାକୁ ନେଇ ଏବେ ତାଙ୍କୁ ଛୁଟୁଛି ଶୁଭେଚ୍ଛା । ସମସ୍ତ ଆଗ ଧାଡ଼ିର କଳାକାର “ରାଣି ଗୁରି’ ଟିମ୍ ର ଏହି ସଫଳତା ପାଇଁ ସୋସିଆଲ୍ ମିଡ଼ିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଥମ ଥର ପାଇଁ ସମ୍ବଲପୁରୀ ଗୀତ ଓଡ଼ିଆ ସଂଗୀତ ଜଗତକୁ ଏହି ସଫଳତା ଆଣି ଦେଇଛି । ଏହି ଗୀତକୁ ଲୋକଙ୍କ ଭଲ ପାଇବା ବହୁ ମାତ୍ରାରେ ମିଳିଥିଲା। ଯାହା ଫଳରେ ଏହା ମାତ୍ର ୯ ମାସରେ ୧୦୦ ମିଲିୟନ ପାର୍ କରିଥିଲା।

ମଣ୍ଟୁ ଛୁରିଆ ଏବଂ ଅସୀମା ପଣ୍ଡା ଉଭୟେ ପୂର୍ବରୁ ଗାଇଥିବା ଅନେକ ଗୀତ ମଧ୍ୟ ରେକର୍ଡ ସୃଷ୍ଟି କରିଥିଲା । ରାନୀ ଗୁରି ଗୀତ ରେ ସ୍ବର ଦେବା ସହ ନିଜେ ଅଭିନୟ କରିଛନ୍ତି ମଣ୍ଟୁ ଛୁରିଆ । ତାଙ୍କ ସହିତ ନଜର ଆସିଥିଲେ ସୁନ୍ଦରୀ ନାୟିକା ପ୍ରିୟମ୍ବଦା ସ୍ବାଇଁ । ଏହି ଦୁହିଁଙ୍କ ଅଭିନୀତ “ରସିଆ” ଗୀତ ମଧ୍ୟ ଚହଳ ସୃଷ୍ଟି କରିଥିଲା ।

Get real time updates directly on you device, subscribe now.