(Video) ଦୀପାବଳିର ବାଣରେ ଧୂଆଁମୟ ହେଲା ରାଜଧାନୀର ଆକାଶ: ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାରେ ଜନସାଧାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଥିବା ବେଳେ ଏବେ ସମାନ ସ୍ଥିତି ଦେଖିବାକୁ ମିଳିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ । ଅକ୍ଟୋବର ୩୧ରେ ରାଜଧାନୀବାସୀ ଦୀପାବଳୀ ପାଇଁ ପ୍ରବଳ ମାତ୍ରାରେ ବାର ମାରିଥିବା ବେଳେ ଆଜି ମଧ୍ୟ ସମାନ ତାହା ଜାରି ରହିଥିଲା । ଲୋକମାନେ ହଜାର ହଜାର ଟଙ୍କାର ବାଣି କିଣି ତାହାକୁ ଘଣ୍ଟା ଘଣ୍ଟା ଧରି ବାରିଥିଲେ । ପରିଣାମ ସ୍ୱରୂପ ଭୁବନେଶ୍ୱରର ଆକାଶରେ ଧୂଅାଁମୟ ପରିବେଶ ଦେଖିବାକୁ ମିଳିଥିଲା ।

ତେବେ ବାଣ ଦ୍ୱାରା ସୃଷ୍ଟି ହୋଇଥିବା ଏହି କୃତ୍ରିମ ପରିବେଶ ଲୋକଙ୍କୁ ଦେଶର ରାଜଧାନୀ ଦିଲ୍ଲୀ କଥା ମନେ ପକାଇ ଦେଇଛି । ଦିଲ୍ଲୀରେ ଅତୀତରେ ପ୍ରଦୂଷଣର ମାତ୍ରା ସୀମା ଟପିଯାଇଥିବା ବେଳେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିଲା । ବାୟୁ ପ୍ରଦୂଷଣ ଯୁକ୍ତ ବାୟୁକୁ ନିଃଶ୍ୱାସରେ ନେବା ଫଳରେ ଲୋକମାନେ ହାର୍ଟ, ଶ୍ୱାସ ସମ୍ବନ୍ଧିତ ରୋଗରେ ପୀଡ଼ିତ ହେବାର ସମ୍ଭାବନା ରହିଛି । ତେଣୁ ରାଜଧାନୀର ଆକାଶ ଯେଉଁଭଳି ଭାବେ ଧୂଆଁମୟ ହୋଇଛି ତାହାକୁ ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ତେବେ ଦୀପାବଳୀରେ ଭୁବନେଶ୍ୱରରେ ଫୁଟିଥିବା ବାଣ ପାଇଁ ୬୦-୭୦ ଭିତରେ ରହୁଥିବା ବାୟୁର ଗୁଣବତ୍ତା ଇଣ୍ଡେକ୍ସ ଏବେ ୨୦୦ ଟପିଯାଇଥିବା ଜଣାପଡ଼ିଛି । ତେଣୁ ସନ୍ଧ୍ୟା ସମୟରେ ଭୁବନେଶ୍ୱରର ସ୍ଥିତି ଦିଲ୍ଲୀ ପରି ମନେହୋଇଥିଲା । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ପୂର୍ବରୁ ସୂଚିତ କରାଯାଇଥିଲା, ମାତ୍ର ଲୋକମାନେ ତାହାକୁ ଫୁ କରି ଉଡ଼ାଇ ଦେଇଛନ୍ତି । ବାଣ ପାଇଁ ସୃଷ୍ଟି ହୋଇଥିବା ବାୟୁ ପ୍ରଦୂଷଣର ଭୟଙ୍କର ପରିଣାମ ଏବେ ସାରା ସହରବାସୀ ଭୋଗିବେ ।