fbpx

ଆସନ୍ତା୨ରୁ ୩ ଦିନ ଯାଏ ହାଡ଼ଭଙ୍ଗା ଶୀତ, ଆହୁରୀ ଜାଡ଼ରେ ଥରିବ ଓଡ଼ିଶା: ଥଣ୍ଡା ଲହରୀ ନେଇ ୧୪ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଅସମ୍ଭାଳ ଜାଡରେ ଥରିବ ଓଡିଶା । ଆସନ୍ତା୨ରୁ ୩ ଦିନ ପର୍ଯ୍ୟନ୍ତ ନିସ୍ତାର ନାହିଁ । ଏହି ସମୟରେ ସ୍ୱାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତୀବ୍ର ଶୀତ ଲହରୀ ସମ୍ଭାବନା ରହିଥିବାରୁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସୋନପୁର, ବୌଦ୍ଧ, କନ୍ଧମାଳ, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼ ଏବଂ ସମ୍ବଲପୁର ।

ସେହିପରି ୨୨ ତାରିଖ ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୪ ଟି ଜିଲ୍ଲା ହେଲା ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼ ଏବଂ କନ୍ଧମାଳ । ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୩ ରେ ୧୦ ଜିଲ୍ଲାକୁ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ବାଇକ ଏବଂ ଖୋଲା କାରରେ ରାତିରେ ନ ବୁଲିବାକୁ ପରାମର୍ଶ ଦିଆଯାଇଛି । ଏହାସହିତ ଶିଶୁ ଏବଂ ବୟସ୍କ ଙ୍କୁ ବିନା ଶୀତ ବସ୍ତ୍ର ରେ ବାହାରେ ବୁଲିବାକୁ ବାରଣ କରାଯାଇଛି । ରାତି ଓ ପାହାନ୍ତିଆ ସମୟରେ ଘରେ ରହିବା ସହ ଗୃହପାଳିତ ପଶୁଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ

Get real time updates directly on you device, subscribe now.