fbpx

ପ୍ରଦୀପ ରାଓତ ହେବେ ଚୀନରେ ଭାରତୀୟ ରାଷ୍ଟ୍ରଦୂତ, ଖୁବ୍‌ଶୀଘ୍ର ଗ୍ରହଣ କରିବେ ଦାୟିତ୍ୱ

ନୂଆଦିଲ୍ଲୀ: ବର୍ତମାନ ନେଦରଲ୍ୟାଣ୍ଡରେ ଭାରତର ରାଷ୍ଟ୍ରଦୂତ ପ୍ରଦୀପ କୁମାର ରାୱତ ଚୀନରେ ଭାରତର ପରବର୍ତୀ ରାଷ୍ଟ୍ରଦୂତ ହେବେ । ସେ ଶୀଘ୍ର ନିଜର ଦାୟିତ୍ୱ ଗ୍ରହଣ କରିବେ । ବୈଦେଶିକ ମନ୍ତ୍ରଣାଳୟ ସୋମବାର ଏହି ସୂଚନା ଦେଇଛି । ପ୍ରଦୀପ କୁମାର ରାୱତ ୧୯୯୦ ବ୍ୟାଚ୍‌ର ଭାରତୀୟ ବୈଦେଶିକ ସେବା ଅଧିକାରୀ। ସେ ଚାଇନାର ମାଣ୍ଡାରିନ ଭାଷା ଜାଣିଛନ୍ତି ଏବଂ ୧୯୯୨ ଏବଂ ୧୯୯୭ ରେ ହଂକଂ ଏବଂ ବେଜିଂରେ ଭାରତୀୟ ମିଶନରେ କାର୍ଯ୍ୟ କରିଛନ୍ତି । ଏହା ପରେ ସେ ପୂର୍ବ ଏସିଆ ବିଭାଗରେ ତିନି ବର୍ଷ କାର୍ଯ୍ୟ କରିଥିଲେ । ସେ ୨୦୦୩ରୁ ବେଜିଂରେ ପରାମର୍ଶଦାତା ରହି ଆସିଛନ୍ତି ।

Get real time updates directly on you device, subscribe now.