fbpx
BSKY
BJD MC SKY
BJD YOUTH SKY

ଆସନ୍ତା ଦୁଇଦିନ ଘନ କୁହୁଡ଼ି

ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ଦୁଇଦିନ ଘନ କୁହୁଡ଼ି ପରିଲକ୍ଷିତ ହେବ । ତେଣୁ ସତର୍କତା ଅବଲମ୍ବନ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏଣିକି ରାଜ୍ୟରେ ଥଣ୍ଡା ହ୍ରାସ ପାଇବ । ଆସନ୍ତା ୩-୪ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୩ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ସହ ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ବଢ଼ିବ । ଫୁଲବାଣୀର ତାପମାତ୍ରା ୬.୫, ଦାରିଙ୍ଗବାଡ଼ି ୮, ଝାରସୁଗୁଡ଼ା ୯.୬, କେନ୍ଦୁଝର ୧୦.୨, ବଲାଙ୍ଗିର ୧୦.୪, ସୋନପୁର ୧୦.୬ ଡିଗ୍ରୀ ତାପମାତ୍ରା ରହିଥିଲା । ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନ ସହ ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ପୁରୀ, କୋରାପୁଟ, ମାଲକାନଗିରି, କନ୍ଧମାଳ ଆଦି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.