fbpx

କାଲି ୧୫ ଜିଲ୍ଲାରେ ଦେଖାଯିବ ପ୍ରବଳ ଘନକୁହୁଡି, ଜିଲ୍ଲାପାଳମାନଙ୍କୁ ସତର୍କ କଲେ ଏସଆରସି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନକୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି । କାଲି ୧୫ ଜିଲ୍ଲାରେ ପ୍ରବଳ ଘନକୁହୁଡ଼ି ଦେଖାଯିବ । ଏନେଇ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି । ତେବେ ଆସନ୍ତୁ ଜାଣିବା ରାଜ୍ୟର କେଉଁ ୧୫ଟି ଜିଲ୍ଲାରେ ଦେଖାଯିବ ଘନକୁହୁଡ଼ି ।

ସୂଚନା ଅନୁଯାୟୀ, ପୁରୀ , ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ଅନୁଗୁଳ, ସୁନ୍ଦରଗଡ, କେନ୍ଦୁଝର, ଢେଙ୍କାନାଳ, କଟକ, କନ୍ଧମାଳ, ଜଗତସିଂହପୁର, କଳାହାଣ୍ଡି, ରାୟଗଡା, କୋରାପୁଟ ଆଦି ଜିଲ୍ଲାପାଳମାନଙ୍କୁ ସତର୍କ କଲେ ଏସଆରସି । ପ୍ରବଳ ଘନକୁହୁଡି ପାଇଁ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହେବ ।

Get real time updates directly on you device, subscribe now.