fbpx
BSKY SKY
BSKY SKY

ନାବାଳିକା ଝିଆରୀ ସହ ଯୌନ ସମ୍ପର୍କ…. ସ୍ୱାମୀର ଗୁପ୍ତାଙ୍ଗ କାଟି ପାଇଖାନାରେ ଫ୍ଲସ୍ କରିଦେଲା ସ୍ତ୍ରୀ

BSKY

ଓଡ଼ିଶା ଭାସ୍କର: ନାବାଳିକା ଝିଆରୀ ସହ ଯୌନ ସମ୍ପର୍କ ରଖିବାରୁ ସ୍ବାମୀର ଗୁପ୍ତାଙ୍ଗ କାଟି ପାଇଖାନାରେ ଫିଙ୍ଗି ଫ୍ଲସ୍ କରିଦେଲା ସ୍ତ୍ରୀ। ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି ବ୍ରାଜିଲରେ । ୧୫ବର୍ଷୀୟା ନାବାଳିକା ଝିଆରୀ ସହ ଏଭଳି କୁକର୍ମ କରିଥିବା ଜାଣିବା ପରେ ମହିଳାଜଣକ ଏଭଳି କରିଥିବା ଜଣାପଡ଼ିଛି । ସବୁଠୁ ବଡ଼ କଥା ଅପରାଧ କରିବା ପରେ ମହିଳାଜଣକ ନିଜେ ପୋଲିସକୁ ଫୋନ କରି ସବୁ ଜଣାଇଥିଲେ । ମହିଳା ଜଣକ ସ୍ବାମୀ କରିଥିବା କାମ ବିଷୟରେ ଜାଣିବା ପରେ ତାଙ୍କର ଗୁପ୍ତାଙ୍ଗ କାଟିବା ପାଇଁ ଏକ ଯୋଜନା କରିଥିଲେ ।

ଏଥିପାଇଁ ସେଦିନ ତାଙ୍କ ସ୍ୱାମୀକୁ ଡାକି ଶାରୀରିକ ସମ୍ପର୍କ ରଖିବାର ଲୋଭ ଦେଖାଇ ଥିଲେ। ପରେ ତାଙ୍କ ସ୍ୱାମୀର ହାତ ଗୋଡ ବାନ୍ଧି ଦେଇଥିଲେ ମହିଳା । ଏହା ପରେ ରେଜରରେ ସ୍ବାମୀଙ୍କ ଗୁପ୍ତାଙ୍ଗା କାଟି ଦେଇଥିଲେ, କାଟିସାରି ସଙ୍ଗେ ସଙ୍ଗେ ପାଇଖାନାରେ ଫିଙ୍ଗିଦେଇଥିଲେ । ଗୁପ୍ତାଙ୍ଗ କଟାଯିବା ପରେ ପୁଣି ଥରେ ଯୋଡାଯାଇପାରିବ ବୋଲି ଭାବି ମହିଳାଜଣକ ଗୁପ୍ତାଙ୍ଗକୁ ପାଇଖାନାରେ ପକାଇ ଫ୍ଲସ୍ କରିଦେଇଥିଲେ । ଅପରାଧ କରି ନିଜେ ପୁଲିସକୁ ଫୋନ କରି ଜଣାଇବା ପରେ ଘଟଣାଟି ପ୍ରଘଟ ହୋଇଥିଲା ।

 

Get real time updates directly on you device, subscribe now.