fbpx

ପର୍ଯ୍ୟଟକଙ୍କ ଲାଗି ଏକ ବଡ ଖୁସି ଖବର, ନନ୍ଦନକାନନକୁ ଚିତା ବାଘ ସହ ଆସିବେ ଏହି ନୂଆ ଅତିଥି

ଭୁୁବନେଶ୍ୱର: ପର୍ଯ୍ୟଟକଙ୍କ ଲାଗି ଏକ ବଡ ଖୁସି ଖବର । ଆସନ୍ତା ଜାନୁୟାରୀ ମାସରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ବହୁ ନୂଆ ଅତିଥି । ପ୍ରଥମ ଥର ଲାଗି ନନ୍ଦନକାନନକୁ ଆସିବ ଚିତାବାଘ । ଦୁବାଇ ଚିଡିଆଖାନା ସହ ପ୍ରାଣୀ ବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ଆସିବ ଚିତା । କେବଳ ଚିତା ନୁହେଁ ଧଳା ସିଂହ ଶାବକ ବି ଦୁବାଇରୁ ଅଣାଯିବ । ଆଲିପୁର ଚିଡିଆଖାନାରୁ ଆଉ ଏକ ଜିରାଫ ବି ଅଣାଯିବ । ଚିତା, ସିଂହ, ଜିରାଫ ଆସିବା ନେଇ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.