fbpx

ନୂଆ ବର୍ଷରେ ନିଜକୁ ବଦଳାଇବାକୁ ଚାହୁଁଛନ୍ତି କି? ଏହିସବୁ ଉପାୟ ଆପଣାନ୍ତୁ, ସଫଳତା ଆପଣଙ୍କ ପଛରେ ଦୌଡିବ…

ଓଡିଶା ଭାସ୍କର: ଆସୁଛି ନୂଆ ବର୍ଷ ଯେଉଁଥିରେ ରହିଛି ନୂଆ ସମ୍ଭାବନା ଓ ନୂଆ ପ୍ରୟାସ । ଏହି ନୂଆ ବର୍ଷରୁ ନୂଆ ଇନିଂସ ଆରମ୍ଭ କରିବା ପାଇଁ ସମସ୍ତେ ଚାହାନ୍ତି। କିନ୍ତୁ ଏଥିପାଇଁ ବଡ଼ ସଂକଳ୍ପ ନେବାକୁ ପଡିଥାଏ। ଏହା ସହ ଅତୀତକୁ ଭୁଲିଯାଇ ଭବିଷ୍ୟତକୁ ପାଇଁ ଯୋଜନା କରିବାକୁ ପଡିଥାଏ। ଏହା କରିବା ଦ୍ୱାରା ଜୀବନ ସଫଳ ଓ ସାର୍ଥକ ହୋଇଥାଏ। ତେଣୁ ଆମକୁ ନୂଆ ଜୀବନ ଆରମ୍ଭ କରିବାକୁ ହେଲେ କିଛି ନୂଆ ପ୍ରୟାସ କରିବାକୁ ପଡିବ। ତେବେ ଏହି ନୂଆ ଜୀବନ ବା ସଫଳ ଜୀବନ ପାଇଁ କେଉଁ ପ୍ରୟାସ ସବୁ କରିବାକୁ ପଡିବ? କ’ଣ କରିବା ଦ୍ୱାରା ଆପଣ ଜଣେ ସଫଳ ବ୍ୟକ୍ତି ହୋଇପାରିବେ? ଏଥିପାଇଁ ଆପଣଙ୍କୁ କେଉଁ ସବୁ ଯୋଜନା କରିବାକୁ ପଡିବ?

ନୂଆ ଜୀବନ ଆରମ୍ଭ କରିବାକୁ ଚାହୁଁଥିଲେ ଏହି ସବୁ ଆପଣାନ୍ତୁ:-

ନକାରାତ୍ମକ ଚିନ୍ତାଧାରା ହଟାନ୍ତୁ:- ଜୀବନରେ ଆଗକୁ ବଢିବାକୁ ହେଲେ ସକାରାତ୍ମକ ଚିନ୍ତାଧାରାର ଆବଶ୍ୟକ ରହିଛି। ତେଣୁ ପ୍ରଥମେ ଆପଣ ନକାରାତ୍ମକ ଚିନ୍ତାଧାରାକୁ ହଟାନ୍ତୁ। ଏହା ସହ ଯଦି ଆପଣଙ୍କର କିଛି ଖରାପ ଅଭ୍ୟାସ ଅଛି ତାହାକୁ ତୁରନ୍ତ ବଦଳାନ୍ତୁ। ସେସବୁକୁ ଶୀଘ୍ର ଦୂରେଇବାକୁ ଚାହୁଁଥିଲେ ନିଜକୁ ଧାର୍ମିକ ପରିବେଶ ଭିତରେ ନିୟୋଜିତ କରନ୍ତୁ।

ସ୍ଥିର ଲକ୍ଷ୍ୟ:- ଆପଣ ଜୀବନରେ ଯାହା କରିବାକୁ ଚାହୁଁଛନ୍ତି, ସେସବୁ ସ୍ଥିର ମସ୍ତିଷ୍କରେ ବାରମ୍ବାର ଭାବନ୍ତୁ। ତାହା ଉପରେ ଧ୍ୟାନ ଦିଅନ୍ତୁ ଓ ସେସବୁ ହାସଲ କରିବାକୁ ହେଲେ କ’ଣ ସବୁ କରିବାକୁ ପଡିବ ତାହାକୁ ଏକ ଲୟରେ କେନ୍ଦ୍ରିତ କରନ୍ତୁ।

ଯୋଜନା ପ୍ରସ୍ତୁତ କରନ୍ତୁ:- ଆପଣ ଯାହା ସବୁ କରିବାକୁ ଭାବିଛନ୍ତି ସେସବୁ ଏକ ଡାଏରୀରେ ଲେଖି ରଖନ୍ତୁ। ଲକ୍ଷ୍ୟ ହାସଲ କରିବାକୁ ହେଲେ ଯାହା ସବୁ କରିବାକୁ ପଡିବ ତାହା ମଧ୍ୟ ଡାଏରୀରେ ଲେଖନ୍ତୁ। ଲକ୍ଷ୍ୟ ପାଇଁ ଯାହା ଯାହା ସବୁ ଆପଣଙ୍କୁ ଆବଶ୍ୟକ(ଟଙ୍କା, ଲୋକବଳ, ଦକ୍ଷତା) ସେନେଇ ଏକ ଯୋଜନା ପ୍ରସ୍ତୁତ କରନ୍ତୁ। ତେବେ ଲକ୍ଷ୍ୟ ସମ୍ପର୍କରେ ଯେଉଁମାନେ ଆପଣଙ୍କୁ ସହଯୋଗ କରିପାରିବେ ଏନେଇ ସେମାନଙ୍କ ସହ ଆଲୋଚନା କରନ୍ତୁ। କିନ୍ତୁ ମନେ ରଖନ୍ତୁ, ସମ୍ପୂର୍ଣ୍ଣ ଯୋଜନା ସମ୍ପର୍କରେ ତାଙ୍କୁ ଜଣାନ୍ତୁ ନାହିଁ।

ଦୈନଦିନ ଅଭିଳାଷ ବଢ଼ାନ୍ତୁ:- ଜୀବନରେ ଅଭିଳାଷ ହିଁ ମଣିଷକୁ ଶୀର୍ଷରେ ପହଞ୍ଚାଇ ଥାଏ। ଆଜିର ମଣିଷ ଜଗତରେ ସବୁ କିଛି ସମ୍ଭବ ତେଣୁ ଦୃଢ଼ ଅଭିଳାଷ ରଖନ୍ତୁ କି ମତେ ଏହା ହାସଲ କରିବାରେ ଅଛି।

ଜିଦ୍ ରଖନ୍ତୁ:- ଜୀବନରେ ସଫଳ ହେବାକୁ ହେଲେ ନିହାତି ଗୋଟିଏ ଜିଦ୍ ରହିବା ଦରକାର। ନିଜ ଜିଦରେ ଅଟଳ ରହି ଲକ୍ଷ୍ୟ ଉପରେ ଫୋକସ କରନ୍ତୁ।

ଲୋକଙ୍କ କଥା ଶୁଣନ୍ତୁ ନାହିଁ:- କିଏ କଣ ଭାବିବ ସେଥିରେ ଆପଣଙ୍କର କିଛି ଲେନା ଦେନା ନାହିଁ। ଆପଣ କେବଳ ନିଜ ଲକ୍ଷ୍ୟ ପାଇଁ କାମ କରିଚାଲନ୍ତୁ, ତେଣିକି ଯିଏ ଯାହା ଭାବୁଛି ଭାବୁଥାଉ। କୌଣସି କଥାକୁ ନେଇ କାହା ସହ ଯୁକ୍ତି କରି ଜିତିବାକୁ ଚେଷ୍ଟା କରନ୍ତୁ ନାହିଁ। ମନରେ ଗୋଟିଏ କଥା ରଖନ୍ତୁ କେବଳ ନିଜ ଲକ୍ଷ୍ୟରେ ପହଞ୍ଚିବାରେ ଅଛି।

ସମୟ ନଷ୍ଟ କରନ୍ତୁ ନାହିଁ:- କଥାରେ ଅଛି, ‘ସମୟ ହେଉଛି ସବୁଠୁ ମୂଲ୍ୟବାନ”। ଏଣୁ ସମୟକୁ ନଷ୍ଟ ନକରି ତାହାକୁ ଗୁରୁତ୍ୱ ଦିଅନ୍ତୁ। ଫାଙ୍କା ଥିବା ସମୟରେ ବିଭିନ୍ନ ଜ୍ଞାନ ଆହରଣ କରିବାକୁ ଚେଷ୍ଟା କରନ୍ତୁ। ଅଯଥା ଗପସପ କରିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ।

 

 

 

 

 

 

 

 

Get real time updates directly on you device, subscribe now.