fbpx

କନ୍ଧମାଳରୁ ବିପୁଳ ମାଓ ସାମଗ୍ରୀ ଜବତ: ପୋଲିସ-ମାଓବାଦୀ ଗୁଳି ବିନିମୟ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କନ୍ଧମାଳ ଜିଲ୍ଲା କୁମ୍ଭହାରୁ ଗ୍ରାମ ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ମାଓଙ୍କ ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲାର ଏସଓଜି ଓ ଡିଭିଏଫ ସୁରକ୍ଷା ବାହିନୀର ଏକ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା । ସୁରକ୍ଷା ବାହିନୀର ମିଳିତ ଟିମଙ୍କ ଉପରକୁ ମାଓବାଦୀମାନେ ଲୁଚି କରି ଅଚାନକ ଗୁଳି ବର୍ଷଣ କରିଥିଲେ । ଏହାପରେ ପୋଲିସ ବାହିନୀ ମାଓବାଦୀଙ୍କୁ ଉପଯୁକ୍ତ ଜବାବ ଦେବା ସହ ଆତ୍ମସମର୍ପଣ କରିବା ପାଇଁ କହିଥିଲା । ଘଞ୍ଚ ଜଙ୍ଗଲର ମଧ୍ୟରେ ମାଓବାଦୀମାନେ ଛତ୍ରଭଙ୍ଗ ଦେବାରେ ସକ୍ଷମ ହୋଇଥିଲେ । ବର୍ତ୍ତମାନ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ଜଣାପଡ଼ିଛି ।

ପୋଲିସ ଅପରେସନ୍ ସ୍ଥଳରୁ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ ଜବତ କରିଥିଲା । ସେଗୁଡ଼ିକ ମଧ୍ୟରେ ୩୦୩ ରାଇଫଲ ୧ଟି, ୩୦୩ ଗୁଳି ୩ଟି, ଏଚଡି କାଟ୍ରିଜ ୧ଟି, ୧୨ ବୋର ଦେଶୀ ବନ୍ଧୁକ ୧ଟି, ଇନସାସ ଗୁଳି ୩ଟି, ଇନସାସ ମାଗାଜିନ ୧ଟି, ବିଦ୍ୟୁତ ଡେଟୋନେଟର ୭ଟି, କିଛି ମାଓ ସାହିତ୍ୟ, ହାଭରସାକ ୫ଟି, ସିଭିଲ୍ ଡ୍ରେସ୍ ୧ ହଳ, ଷ୍ଟିଚିଂ ମେସିନ୍ ୧ଟି, ରେଡିଓ ୧ଟି, ଛୋଟ ବ୍ୟାଟେରି ୧ଟି, କଳାରଙ୍ଗର ମାଓ ପୋଷାକ ୧ ହଳ, ସୋଲାର ପ୍ଲେଟ୍ ୨ଟି, ଛତା ୨ଟି, ସୋଲାର କନଭର୍ଟର ୧ଟି, ପଲିଥିନ୍ ସିଟ୍ ୨ଟି, ୱାକି-ଟକି ଚାର୍ଜର ୧ଟି, କିଛି ବିଦ୍ୟୁତ ତାର, ଷ୍ଟିଲ କେଟିଲ ୧ଟି, ଷ୍ଟିଲ ମଗ୍ ୨ଟି, ବିପୁଳ ଔଷଧ, ସ୍ଲିପର ୨ ହଳ, ପ୍ଲାଷ୍ଟିକ ବକ୍ସ ୩ଟି, ପାଣି ବୋତଲ ୨ଟି ଉଦ୍ଧାର ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.