ସାବଧାନ! ବଦଳିଯିବ ପାଗର ମିଜାଜ, ରାଜ୍ୟର ଏହି ସ୍ଥାନରେ ଘଡ଼ଘଡ଼ି ସହିତ ହୋଇପାରେ ପ୍ରବଳ ବର୍ଷା

ଆଜିଠୁ କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ।

ଭୁବନେଶ୍ବର: ଆଜିଠୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ବର୍ଷା ହେବ ।

ସେହିପରି କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ନବରଙ୍ଗପୁର, କନ୍ଧମାଳ  ଏବଂ ଗଜପତିରେ ଆଜି ଅତିପ୍ରବଳ ବର୍ଷା ହୋଇପାରେ । ଏହାସହିତ ଭଦ୍ରକ, ବାଲେଶ୍ବର, କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ, ଖୋର୍ଦ୍ଧା ସହିତ ପଶ୍ଚିମ ଓଡ଼ିଶାରେ ମଧ୍ୟ ବର୍ଷା ସାଙ୍ଗକୁ ଘଡଘଡି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଆସନ୍ତାକାଲି କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଚି ହେବାର ସମ୍ଭାବନା ରହିଛି । ଫଳରେ ବର୍ଷାର ପରିମାଣ ଆହୁରି ବୃଦ୍ଧି ହୋଇପାରେ । ମାଲକାନଗିରି ଏବଂ କୋରାପୁଟରେ ପ୍ରବଳ ବର୍ଷା ହେବା ନେଇ କୁହାଯାଇଛି ।

ଆସନ୍ତାକାଲି ଉପକୂଳ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । 14 ତାରିଖରେ ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁରରେ ବର୍ଷା ହେବା ନେଇ ଆକଳନ କରାଯାଇଛି । ସେହିପରି 15 ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।