ଭୁବନେଶ୍ୱର: ଧିରେ ଧିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଲହରୀ ପହଞ୍ଚିଛି । ସମସ୍ତ ରାଜ୍ୟରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ତେବେ ଏହାମଧ୍ୟରେ ପାଣିପାଗ ବିଭାଗ ଦେଇଛି ଆଉ ଏକ ବଡ଼ ଖବର । ଆଗକୁ ଶୀତର ପରିମାଣ ବୃଦ୍ଧି ପାଇବ ଏବଂ ଓଡ଼ିଶାରେ ରେକର୍ଡ ଭାଙ୍ଗିବ ଜାଡ଼ । ତେବେ ଶୀତ ଲହରୀ ପାଇଁ ପାଣିପାଗ ବିଭାଗ ସତର୍କ କରାଇଛି । ଆଗାମୀ ୨ ଦିନରେ ଶୀତର ପରିମାଣ ବୃଦ୍ଧି ପାଇବ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜରାରି କରିଛି ପାଣିପାଗ ବିଭାଗ । ଶୀତ ଲହରୀରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶା । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସତର୍କ ମଧ୍ୟ କରାଯାଇଛି ।
ସୂଚନା ଅନୁସାରେ, ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ଶୀତ । ବର୍ତ୍ତମାନ ଦେଶର ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀରୁ କମ୍ ରହୁଥିବା ବେଳେ କେତେକ ସ୍ଥାନରେ ବରଫ ମଧ୍ୟ ପଡିଲାଣି । ତେବେ ଡିସେମ୍ବର ମାସ ସବୁଠାରୁ ଥଣ୍ଡା ମାସ ବୋଲି ପ୍ରମାଣିତ ହେବାକୁ ଯାଇଛି । ସାରା ଦେଶରେ ଭୀଷଣ ଥଣ୍ଡା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେପ୍ଟେମ୍ବର ମାସରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆକଳନ କରାଯାଇଥିଲା । ପ୍ରଶାନ୍ତ ମହାସାଗରରେ ଲ ନିନା ସାରା ଦେଶରେ ତାପମାତ୍ରା ଅଧିକ ହ୍ରାସ ପାଇବ । ଶୀତଳା ପବନ ବହିବା ସହିତ କେତେକ ସ୍ଥାନରେ ବରଫ ମଧ୍ୟ ପଡିବାର ସମ୍ଭାବନା ରହିଛି । ଭାରତରେ ଲ ନିନା ଇଫେକ୍ଟ କିଛି ନୂଆ କଥା ନୁହେଁ, ଏହା ପୂର୍ବରୁ ୨୦୦୧ ମସିହାରେ ଲ ନିନା ଇଫେକ୍ଟର ପ୍ରଭାବ ଅନୁଭୂତ ହୋଇଥିଲା । ତେବେ ଚଳିତ ବର୍ଷ ଏହାର ପ୍ରଭାବ ଭାରତରେ ୩ ମାସ ରହିବ । ଡିସେମ୍ବର, ଜାନୁଆରୀ ଏବଂ ଫେବୃଆରୀ ମାସରେ ରେକର୍ଡ ଭାଙ୍ଗିବ ଶୀତ ।
ଚଳିତବର୍ଷ ଶୀତଋତୁରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପୂର୍ବରୁ ବୈଜ୍ଞାନିକ ମାନେ ଚେତାବନୀ ଦେଇ ସାରିଛନ୍ତି । ଚଳିତବର୍ଷ ଶୀତ ଲହରୀ ଗତ ୨୫ ବର୍ଷର ରେକର୍ଡ ଭାଙ୍ଗିବ ଏବଂ ସାରା ଭାରତ ପ୍ରବଳ ଶୀତରେ ଥରିବ ବୋଲି କୁହାଯାଇଛି । ଏ ନେଇ ଇଗଟ ଭୂଗର୍ଭ ବୈଜ୍ଞାନିକ ମଧ୍ୟ ସଚେତନ କରାଇ ସାରିଛନ୍ତି । ପ୍ରଶାନ୍ତ ମହାସାଗରରେ ଚାଲିଥିବା ‘ଲା-ନୀନା’ର ସିଧାସଳଖ ପ୍ରଭାବ ଯୋଗୁଁ ଉତ୍ତର-ଭାରତରେ ଥଣ୍ଡାର ପରିମାଣ ବୃଦ୍ଧି ପାଇଛି । ଏହି ଜଳବାୟୁ ପରିବର୍ତ୍ତନ ଉତ୍ତର ଭାରତରେ ତାପମାତ୍ରାକୁ ସାମାନ୍ୟରୁ ଅଧିକ କମ୍ କରିପାରେ । ଯାହା ଫଳରେ ଚଳିତବର୍ଷ ଥଣ୍ଡାର ପରିମାଣ ବେଶ୍ ଅଧିକ ରହିପାରେ ବୋଲି କହିଛନ୍ତି ବୈଜ୍ଞାନିକ ।